ଦର ହ୍ରାସ କଲା ମାରୁତି-ସୁୁଜୁକୀ, ବିଭିନ୍ନ ମଡେଲର ମୂଲ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ : ଦେଶର ପ୍ରମୁଖ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନିଜର ବିଭିନ୍ନ ମଡେଲର ଦର ୫ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛିି । ସେପ୍ଟେମ୍ବର ୨୫ ଅର୍ଥାତ ଆଜିଠାରୁ ଏହି ଦରହ୍ରାସ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ ଟିକସ ହ୍ରାସ କରାଯିବାର ସୁଫଳ ଗ୍ରାହକମାନଙ୍କୁ ଦେବାକୁ କମ୍ପାନି ଏହି ଦର ହ୍ରାସ କରିଥିବା କହିଛି । ଦର ହ୍ରାସ ହୋଇଥିବା ମଡେଲଗୁଡିକ ହେଲା ଅଲଟୋ ୮୦୦,ଅଲଟୋ କେ୧୦,ସ୍ୱିଫ୍ଟ ଡିଜେଲ,ସେଲେରିଓ ବଲେନୋ ଡିଜେଲ, ଇଗନାଇସ, ଡିଜାୟାର ଡିଜେଲ,ଟୁର ଏସ ଡିଜେଲ,ଭିଟାରା ବ୍ରେଜା ଓ ଏସ-କ୍ରସ । ପୂର୍ବରୁ କମ୍ପାନି ପକ୍ଷରୁ ଘୋଷିତ ପ୍ରୋମୋସନାଲ ଅଫର ରିହାତି ମଧ୍ୟ ଏହା ଉପରେ ଲାଗୁହେବ ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ସରକାରଙ୍କ ପକ୍ଷରୁ ଘୋଷିତ ବିଭିନ୍ନ ପଦକ୍ଷେପ ଓ କର୍ପୋରେଟ ଟିକସ ହ୍ରାସ ଏକ ସକାରାତ୍ମକ ପଦକ୍ଷେପ । ଏହି ଟିକସ ହ୍ରାସର ସୁଫଳ କମ୍ପାନି ନିଜର ଗ୍ରାହକମାନଙ୍କୁ ଦେଉଛି । ମାରୁତି ସମେତ ଦେଶର ଅନ୍ୟପ୍ରମୁଖ କାର କମ୍ପାନିଗୁଡ଼ିକର ବିକ୍ରି ବିଗତ କିଛିମାସ ହେଲା ହ୍ରାସ ପାଇଚାଲିଛି ।

ସମ୍ବନ୍ଧିତ ଖବର