ମାରୁତି ସୁଜୁକି ସୁପର କ୍ୟାରି ବିକ୍ରି ୭୦ ହଜାର ଟପିଲା

ଭୁବନେଶ୍ବର : ମାରୁତି ସୁଜୁକିର ମିନି ଟ୍ରକ୍ ସୁପର୍‌ କ୍ୟାରି ଚାରି ବର୍ଷ ପୂରଣ କରିଛି। ଇତି ମଧ୍ୟରେ ୭୦ ହଜାରରୁ ଅଧିକ ସୁପର କ୍ୟାରି ବିକ୍ରି ହୋଇଛି। ୨୦୧୬ରେ ଏହା ବଜାରକୁ ଆସିଥିଲା। ଏହି ଶକ୍ତିଶାଳୀ ମିନି ଟ୍ରକ୍ ଗ୍ରାହକମାନଙ୍କୁ ବହୁମୁଖୀ ବାଣିଜ୍ୟିକ ଆବଶ୍ୟକତା ପୂରଣ କରୁଛି। ଏହାକୁ ଇ-କମର୍ସ, କୋରିୟର, ଏଫ୍‌ଏମ୍‌ସିଜି ଏବଂ ଜିନିଷ ବିତରଣ ଏବଂ ଆହୁରି ଅନେକ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହାର ବିଏସ୍‌-୬ ମଡେଲ୍‌ ରହିଛି। ଏଥିରେ ୧୧୯୬ ସିସିର ୪ ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ରହିଛି।

ସମ୍ବନ୍ଧିତ ଖବର