ମାରୁତି ସୁକୁକି ଭିଟାରା ବ୍ରିଜା ପ୍ରଦାନ ସମାରୋହ

ଭୁବନେଶ୍ୱର,: ମାରୁତି ସୁଜୁକି ପକ୍ଷରୁ ଗତ ରବିବାର ଦିନ ୫୧ ଜଣ ଗ୍ରାହକଙ୍କୁ ବ୍ରିଜା ପ୍ରଦାନ ସମାରୋହା ଅନୁଷ୍ଠିତ ହୋଇଯାଇଛି। ଜୟଦେବ ବିହାର ସ୍ଥିତ ହୋଟେଲ ସାଣ୍ଡିସ୍‌ ଟାଓ୍ଵାର ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ ହିମାଂଶୁ ଆସୋପା, ଡିଲର ଦେବଜ୍ୟୋତି ପଟ୍ଟନାୟକ, ଅବିନାଶ ସିଂଘାଣିଆ ଏବଂ ପ୍ରଣୟ ବୁଦ୍ଧରାଜା ପ୍ରମୁଖ ଯୋଗଦେଇଥିଲେ। ୫୧ ଜଣ ଭିଟାରା ବ୍ରିଜା ଗ୍ରାହକଙ୍କୁ ଗାଡ଼ିର ଚାବି ଏହି ଅବସରରେ ପ୍ରଦାନ କରାଯାଇଥିଲା। ଏଥିସହିତ ଗାଡ଼ିର ଯତ୍ନ କିଭଳି ନେବେ ଏବଂ ସଡ଼କ ନିରାପତ୍ତା ସମ୍ପର୍କରେ ମଧ୍ୟ ଏକ ଅଧିବେଶନ ହୋଇଥିଲା। ଏଥିରେ ପ୍ରାୟ ୩୦୦ ବ୍ୟକ୍ତି ଯୋଗଦେଇଥିଲେ। ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ମାସକୁ ହାରାହାରି ୧୨,୩୦୦ ଭିଟାରା ବ୍ରିଜା ବିକ୍ରି କରୁଛି। ଗତ ଆର୍ଥିକ ବର୍ଷରେ କମ୍ପାନି ପ୍ରାୟ ୧.୫ ଲକ୍ଷ ଭିଟାରା ବ୍ରିଜା ବିକ୍ରି କରିଥିବାବେଳେ ବଜାରକୁ ଆସିବା ପରଠାରୁ ଇତିମଧ୍ୟରେ ୨ ଲକ୍ଷ ୭୫ ହଜାର ଭିଟାରା ବ୍ରିଜା ବିକ୍ରି କରିସାରିଲାଣି। ନିକଟରେ ଉନ୍ମୋଚିତ ହୋଇଥିବା ଏଜିଏସ୍‌ ଭାରିଆଣ୍ଟ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ଭିଟାରା ବ୍ରିଜା ୨୦୧୭ରେ ଇଣ୍ଡିଆନ୍‌ କାର୍‌ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଥିଲା।

ସମ୍ବନ୍ଧିତ ଖବର