ଫେବ୍ରୁଆରିରେ ଆସିବ ମାରୁତିର ଇଲେକ୍ଟ୍ରିକ୍‌ କାର୍‌

1

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ଆସନ୍ତା ଅଟୋ ଏକ୍ସପୋ ଅବସରରେ ନିଜର ପ୍ରଥମ ଇଲେକ୍ଟ୍ରିକ୍‌ କାରର ପ୍ରଦର୍ଶନ କରିବ । ଏହାର ନାଁ ରହିଛି ଇ-ସର୍ଭାଇଭର । ଏହା ଏକ ଦୁଇଟି ସିଟ୍‌ ଥିବା ଏସୟୁଭି । ତେବେ ଏହା ବଜାରକୁ ଆସିବାକୁ ଆଉ କିଛି ଦିନ ଲାଗିବ । କାରଣ ଏହା କେବଳ ଏକ କନସେପ୍ଟ କାର । ଅର୍ଥାତ୍‌ କମ୍ପାନି ପରିକଳ୍ପନାରେ ଭବିଷ୍ୟତର ଇଲେକ୍ଟ୍ରିକ କାର କିପରି ରହିବ ତାହାର ଏକ ଝଲକ ମାତ୍ର । ଏଥିରେ ରହିଛି ଭବିଷ୍ୟତର ଟେକନଲୋଜୀ ଅଟୋନୋମସ, କନେକ୍ଟେଡ୍‌ ଓ ଇଲେକ୍ଟ୍ରିକ୍‌ ଆଦିର ସମ୍ମିଶ୍ରଣ ।

ମାରୁତି ଆଗକୁ ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଥିବାବେଳେ ଏବେଠାରୁ ଲୋକମାନଙ୍କୁ ମତାମତ ପରଖିବାକୁ ଚାହୁଁଛି । କମ୍ପାନି ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍‌ କାର ବଜାରକୁ ଛାଡ଼ିବାକୁ ଯୋଜନା କରୁଛି ବୋଲି ଗତ ମାସରେ ଏହାର ଅଧ୍ୟକ୍ଷ ଆରସି ଭାର୍ଗବ କହିଥିଲେ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ, କାରଣ ମାରୁତି ପାଖରେ ଇଲେକଟ୍ରିକ ଯାନ ନିର୍ମାଣର ଟେକନଲୋଜୀ ନାହିଁ ।

ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ କାର୍‌ କମ୍ପାନି ଇଲେକଟ୍ରିକ୍‌ କାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Sruthi Mallad says

    India is 15 years late in electrical Vehicles manufacturing compared to China,USA.Though in the past Maruti has announced to launch a Electric SUV it could not happened.
    There is news about launching of Tata Nano Electric Version.That may not be available in all cities.Mahindra Rave is another example of Electric vehicles made in India but never seen on Roads.