ସେପ୍ଟେମ୍ବରରେ ଦାମ୍ ବଢ଼ାଇବ ମାରୁତି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କାର୍ କଂପାନି ମାରୁତି ସୁଜୁକି ଚଳିତ ବର୍ଷ ସେପ୍ଟେମ୍ବରରେ କାର୍‌ ଦାମ୍ ବଢ଼ାଇବ। କାର୍‌ ତିଆରି କରିବାରେ ବ୍ୟବହାର ହେଉଥିବା ବିଭିନ୍ନ କଞ୍ଚାମାଲ ଓ ସରଞ୍ଜାମ୍‌ର ଦାମ୍ ବଢ଼ିଥିବାରୁ କଂପାନି କାର୍‌ ଦର ବଢ଼ାଇବାକୁ ବାଧ୍ୟ ହେଉଛି। କଂପାନିର ବିଭିନ୍ନ ମଡେଲ୍‌ର ଦାମ୍‌ ବୃଦ୍ଧି ପାଇବ। ଏ ବିଷୟରେ ମାରୁତି ପକ୍ଷରୁ ଷ୍ଟକ ବଜାରକୁ ସୂଚନା ଦିଆଯାଇଛି। ମାରୁତି ପକ୍ଷରୁ ଅଲ୍‌ଟୋ ଭଳି ଛୋଟ କାର୍‌ ଠାରୁ ଆରମ୍ଭ କରି ଏସ୍‌-କ୍ରସ୍‌ ଭଳି ଏସ୍‌ୟୁଭି ବିକ୍ରି କରାଯାଉଛି। କାର୍‌ଗୁଡ଼ିକର ଏକ୍ସ ସୋ’ରୁମ୍ ମୂଲ୍ୟ ୨.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୨.୯୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏଥର କଂପାନି କେଉଁ ମଡେଲ୍‌ର ଦାମ୍ କେତେ ବଢ଼ାଇବ ତାହା ଜଣାଇନାହିଁ।

ସମ୍ବନ୍ଧିତ ଖବର