୫ଜିଠାରୁ ବଡ଼ ମାତାଜୀ-ପିତାଜୀ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ନିଆରା ଢ଼ଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜୀବନରେ ପିତାମାତାଙ୍କ ମହତ୍ତ୍ବ କେତେ, ତାହା ବୁଝାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ଗତ ସପ୍ତାହରେ ପଣ୍ଡିତ ଦୀନଦୟାଲ ଏନର୍ଜୀ ୟନିଭରସିଟିର ଏକ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଅମ୍ବାନୀ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ୫ଜିଠାରୁ ବଡ଼ ମାତାଜୀ-ପିତାଜୀ।

“ମୁଁ ଆପଣଙ୍କୁ ଆପଣଙ୍କ ଭାଷାରେ କିଛି କହିବାକୁ ଚାହୁଁଛି। ଯେଉଁ ଭାଷା ଆଜିକାର ଯୁବପିଢ଼ି ବୁଝୁଛନ୍ତି, ସେହି ଭାଷାରେ ମୁଁ ଆପଣଙ୍କୁ କିଛି କହିବି। ଆଜିକାଲି ପ୍ରତ୍ୟେକ ଯୁବପିଢ଼ି ୪ଜି ଏବଂ ଏବେ ୫ଜି ଆସିବା ନେଇ ଉତ୍ସାହିତ ଅଛନ୍ତି। କିନ୍ତୁ ଏହି ଦୁନିଆରେ ମାତାଜୀ ଏବଂ ପିତାଜୀଙ୍କଠାରୁ ବଡ ‘ଜି’ ନାହିଁ। ସେମାନେ ସର୍ବଦା ଆପଣଙ୍କ ନିର୍ଭରଶୀଳ ସ୍ତମ୍ଭ ହୋଇ ରହିଥିଲେ, ରହିଛନ୍ତି ଏବଂ ରହିବେ।

ତେବେ ରିଲାଏନ୍ସ ଜିଓ ସଫଳତାର ସହ ଦେଶର ଅନେକ ସହରରେ ୫ଜି ସେବା ଆରମ୍ଭ କରିଛି। ୫ଜି ସେବା ଆରମ୍ଭ ପୂର୍ବରୁ ମୁକେଶ ଅମ୍ବାନୀ କହିଥିଲେ ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବ। ଜିଓ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

ସମ୍ବନ୍ଧିତ ଖବର