ମ୍ୟାକ୍ସ ଲାଇଫ୍ ଇନସ୍ୟୁରାନ୍ସର ନୂଆ ପ୍ଲାନ୍

ଭୁବନେଶ୍ବର: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନି ମ୍ୟାକ୍ସ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ମ୍ୟାକ୍ସ ଲାଇଫ୍ ସ୍ମାର୍ଟ ଟର୍ମ ପ୍ଲାନ ବିଷୟରେ ଘୋଷଣା କରାଯାଇଛି। ଏହା ଗ୍ରାହକମାନଙ୍କୁ ସେମାନଙ୍କ ନିଜ ସୁରକ୍ଷା ପ୍ଲାନ୍‌କୁ ନିଜକୁ ସୁହାଇବା ଭଳି ପ୍ରସ୍ତୁତ କରିବାରେ ସହାୟତା କରିବ। ଏଥିପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେଉଛି। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରିମିୟମ ପ୍ରଦାନରେ ସ୍ବାଧୀନତା ମିଳିବ। ସେମାନେ ୬୦ ବର୍ଷ ହେବା ପର୍ଯ୍ୟନ୍ତ ୫,୧୦, ୧୨ କିମ୍ବା ୧୫ ଭଳି ବର୍ଷର ପ୍ରିମିୟମ ଦେଇପାରିବେ। ଆର୍ଥିକ ସୁରକ୍ଷା ସ୍ତରକୁ ବଢ଼ାଇବା ପାଇଁ ଏହି ପଲିସି ଅଣାଯାଇଛି ବୋଲି ମ୍ୟାକ୍ସ ଲାଇଫର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଲୋକ ଭାନ୍ କହିଛନ୍ତି।

ସମ୍ବନ୍ଧିତ ଖବର