ଭୁବନେଶ୍ବର: ବାପୁଜୀନଗର ସ୍ଥିତ ମ୍ୟାକ୍ସିମ୍ କନ୍ସଲ୍ଟାନ୍ସି ତରଫରୁ ବିଦେଶରେ ଏମ୍ବିବିଏସ୍ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରାଯାଉଛି ବୋଲି ଡକ୍ଟର ତିୱାରୀ ଓ ଡକ୍ଟର ହେମନ୍ତ ଗୁପ୍ତା କହିଛନ୍ତି। ମ୍ୟାକ୍ସିମ୍ ଜରିଆରେ ୪୧୨୦ ଛାତ୍ରଛାତ୍ରୀ ସଫଳତାର ସହ ପାଠପଢ଼ା ଶେଷ କରି ଆପୋଲୋ, ରାମ ମନୋହର ଲୋହିଆ ଓ ସରକାରୀ ହସ୍ପିଟାଲ୍ଗୁଡ଼ିକରେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ମ୍ୟାକ୍ସିମ୍ ଭାରତର ଛାତ୍ରଛାତ୍ରୀମାନଙ୍କୁ ରୁଷିଆ, ୟୁକ୍ରେନ, କାଜାଗସ୍ଥାନ ଭଳି ଦେଶର ଏମ୍ବିବିଏସ୍ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରୁଛି। ପ୍ରତିବର୍ଷ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ବିଦେଶ ପଠାଉଛି। ଏମ୍ସିଆଇ ଠାରୁ ମାନ୍ୟତା ପାଇଥିବା ବିଶ୍ବର ଶ୍ରେଷ୍ଠ ମାନର ମେଡିକାଲ୍ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନାମଲେଖା ଠାରୁ ଆରମ୍ଭ କରି ହଷ୍ଟେଲ ରହଣୀ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ମ୍ୟାକ୍ସିମ୍ ପ୍ରଦାନ କରୁଛି। ସେମିଷ୍ଟାର ପିଛା ୧ ଲକ୍ଷ ଟଙ୍କା ଭଳି କମ୍ ମୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଏମ୍ବିବିଏସ୍ ପାଠପଢ଼ିବାର ସୁଯୋଗ ପ୍ରଦାନ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ମ୍ୟାକ୍ସିମ୍ କନ୍ସଲ୍ଟାନ୍ସି ଜରିଆରେ ବିଦେଶରେ ଏମ୍ବିବିଏସ୍ ପଢ଼ିବା ସୁଯୋଗ
/sambad/media/post_attachments/wp-content/uploads/2019/06/download-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)