ଏପ୍ରିଲ ମାସରେ ରେକର୍ଡ ପରେ ମେ ମାସରେ କମିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ଗତ ଏପ୍ରିଲ ମାସରେ ରେକର୍ଡ ଜିଏସଟି ସଂଗ୍ରହ ପରେ ମେ ମାସରେ ଜିଏସଟି ସଂଗ୍ରହ ପରିମାଣ ୧ ଲକ୍ଷ କୋଟିକୁ ହ୍ରାସ ପାଇଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୧୭,୮୧୧କୋଟି, ରାଜ୍ୟ ଜିଏସଟି ଟ.୨୪,୪୬୨ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୯,୮୫୧ କୋଟି ଟଙ୍କା ଓ ସେସ ୮୧୪୫ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଗତ ଏପ୍ରିଲ ମାସ ତୁଳନାରେ ମେ ମାସର ଜିଏସଟି ଆଦାୟ ହ୍ରାସ ପାଇଥିଲେ ମଧ୍ୟ ଏହା ଗତ ବର୍ଷର ମେ ମାସ ତୁଳନାରେ ପ୍ରାୟ ୬ .୬୭ ପ୍ରତିଶତ ଅଧିକ ।

୨୦୧୮ ମେ ମାସରେ ଜିଏସଟି ଆଦାୟ ପରିମାଣ ଟ.୯୪୦୧୬ କୋଟି ଥିଲା । ୨୦୧୮-୧୯ରେ ହାରାହାରି ମାସିକ ଜିଏସଟି ଆଦାୟ ୯୮,୧୧୪ କୋଟି ଟଙ୍କା ରହିଥିଲା । ତେବେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସରକାର ଜିଏସଟି ସଂଗ୍ରହ ଟାର୍ଗେଟକୁ ୧୩.୭୧ ଲକ୍ଷ କୋଟିରୁ ହ୍ରାସ କରି ୧୧.୪୭ ଲକ୍ଷ କୋଟି କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି ।

ସମ୍ବନ୍ଧିତ ଖବର