ଆପଣଙ୍କ ଷ୍ଟାଟସ୍‌ରୁ ବି ହୋଇପାରେ ହ୍ଵାଟ୍‌ସଆପ୍‌ ହ୍ୟାକ୍‌!

ସାନ ଫ୍ରାନସିକୋ: ଶୀର୍ଷକଟି ଅଶ୍ଚର୍ଯ୍ୟଜନକ ଲଗୁଥିଲେ ବି କଥାଟି ସତ। ହ୍ୟାକର୍‌ମାନେ ଆପଣଙ୍କ ହ୍ଵାଟ୍‌ସଆପ୍‌ ଷ୍ଟାଟସ୍‌ ସହାୟତାରେ ମଧ୍ୟ କରିପାରନ୍ତି ଆପଣଙ୍କ ହ୍ଵାଟ୍‌ସଆପ୍‌ ହ୍ୟାକ୍‌।

ହ୍ଵାଟ୍‌ସଆପ୍‌ରେ କେତେକ ତ୍ରୁଟି ପରିଲକ୍ଷିତ ହେବା ପରେ ରବ୍‌ ହିଟନ୍‌ ତ୍ରୁଟି ସଂଶୋଧନ କରିବା ନିମନ୍ତେ  ୪ ଧାଡ଼ିର ଏକ କୋଡ ଦ୍ୱାରା କ୍ରୋମ୍‌ ଏକ୍‌ସଟେନ୍‌ସନ୍‌ ସୃଷ୍ଟି କରିଥିଲେ। ଆପଣ ହୁଏତ ଅନୁମାନ କରିଥିବେ ହ୍ଵାଟ୍‌ସଆପ୍‌ରେ ଏକ ଏପରି ପ୍ରକ୍ରିୟା ରହିଛି, ଆପଣ ତେତେବେଳେ ଅନ୍‌ଲାଇନ୍‌ ରହୁଛନ୍ତି ଓ କେତେବେଳ ଅଫ୍‌ଲାଇନ ହେଉଛନ୍ତି ତାହା ରେକର୍ଡ ହୋଇଥାଏ। ଆପଣଙ୍କ ଉପରେ ନଜର ରଖୁଥିବା ବ୍ୟକ୍ତି ଲାଷ୍ଟ୍‍ ସିନ୍‌ ଦେଖି ଜାଣିପାରିଥାନ୍ତି ଯେ ଆପଣ କେତେ ସମୟ ପୂର୍ବରୁ ହ୍ଵାଟ୍‌ସଆପ୍‌ ବ୍ୟବହାର କରିଥିଲେ। ତାହା ଏହି କ୍ରୋମ୍‌ ଏକ୍‌ସଟେନସନ୍‌ ଦ୍ୱାରା ସମ୍ଭବ ହେଉଛି। ଅବଶ୍ୟ ଏହା ସତ ଯେ ଏହି ଲାଷ୍ଟ ସିନ୍‌ ଅପସନ୍‌ ଇଚ୍ଛାଧୀନ। ବ୍ୟବହାରକାରୀ ଚାହିଁଲେ ସେଟିଂ ଦ୍ୱାରା ଲାଷ୍ଟ୍‍ ସିନ୍‌କୁ ଅଦୃଶ୍ୟ କରାଇପାରନ୍ତି

ହେଟନ୍‌ ସୂଚୀତ କରାଇଛନ୍ତି ଯେ ହ୍ଵାଟ୍‌ସଆପ୍‌ ଜରିଆରେ ଖୁବ୍‌ ସହଜରେ ଡାଟା ସଂଗ୍ରହ କରାଯାଇପାରିବ। ବିଜ୍ଞାପନ ଉଦ୍ଦେଶ୍ୟରେ ଯେକୌଣସି ତୃତୀୟ ବ୍ୟକ୍ତି ଡାଟା ଚୋରି କରି ତାହାକୁ ବିକ୍ରି କରିପାରନ୍ତି। ହେଟନ୍‌ ବାହାର କରିଥିବା କୋଡ ଜରିଆରେ ଯେପରି ବ୍ୟବହାରକାରୀଙ୍କ ଶେଷ ଥର ଅନ୍‌ଲାଇନ୍‌ ରିପୋର୍ଟ ଖୁବ୍‌ ଶୀଘ୍ର ଜାଣିପାରୁଥିଲେ ସେହିପରି ଉକ୍ତ କୋର୍ଡ ସାହାଯ୍ୟରେ ଗୋଟାଏ ମେସେଜ୍‌ ଏକାଧିକ ଲୋକଙ୍କୁ ସମାନ ସମୟରେ ପଠାଇ ହେବ ବୋଲି  ସେ ଜଣାଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହ୍ୟାକ୍‌ରମାନଙ୍କଠାରୁ  ନିଜକୁ ବଞ୍ଚାଇ ରଖିବା ପାଇଁ ବ୍ୟବହାରକାରୀଙ୍କ ନିକଟରେ ସେପରି କୌଣସି  ପ୍ରଧାନ ବିକଳ୍ପ ନାହିଁ।

ଏଠାରେ ଜଣାଇ ଯେଉଛୁକି, ପୂର୍ବରୁ କୁହାଯାଇଛି ଯେ ଆପଣଙ୍କ ଲାଷ୍ଟ୍‍ ସିନ୍‌ ଇଚ୍ଛାଧୀନ। ଆପଣଙ୍କ ଲାଷ୍ଟ୍‍ ସିନ୍‌କୁ ଆପଣ ଏଭ୍ରିଓ୍ଵାନ୍‌, ମାଇଁ କଣ୍ଟାକ୍ଟ୍‌ସ କିମ୍ବା ନୋ ବଡି କରିପାରନ୍ତି। ଏଭ୍ରିଓ୍ଵାନ ରଖିଲେ ଯେ କେହି ବି ଆପଣଙ୍କ ହ୍ଵାଟଓଅପରେ ଅନ୍‌ ଲାଇନ୍‌ ରହିବା ସଂପର୍କରେ ଜାଣିପାରିବେ। ମାଇଁ କଣ୍ଟାକ୍ଟ୍‌ସ ରଖିଥିଲେ ଆପଣଙ୍କ କଣ୍ଟାକ୍ଟ୍‌ସ ତାଲିକାରେ ଥିବା ବ୍ୟକ୍ତି ହିଁ ଜାଣିପାରିବେ ଆପଣ ଶେଷ ଥର କେତେବେଳେ ଅନ୍‌ଲାଇନ୍‌ ଆସିଥିଲେ। ସେହି ପରି ନୋ ବଡି ରଖିଲେ ଆପଣଙ୍କ ବ୍ୟତୀତ ଆଉ କେହି ଏକଥା ଜାଣିପାରିବେ ନାହିଁ ଯେ ଆପଣ କେତେବେଳେ ଅନ୍‌ଲାଇନ୍‌ ଆସିଥିଲେ। ଫଟୋ କ୍ଷେତ୍ରରେ ମଧ୍ୟ ସମାନ ଦେଖିବାକୁ ମିଳେ। ମାତ୍ର ହଁ, ଯଦି ଆପଣ ଅନ୍‌ଲାଇନ୍‌ ଅଛନ୍ତି ତେବେ, ତାହା ସମସ୍ତଙ୍କୁ ଦୃଶ୍ୟମାନ ହେବ। ଆପଣଙ୍କ ଲାଷ୍ଟ୍‍ ସିନ୍‌ ସେଟିଠ ଆପଣ ଯେପରି ବି କରିଥାନ୍ତୁ। ସେଥିପାଇଁ କୌଣସି ବିକଳ୍ପ ଆପଣେଇ ପାରିବେ ନାହିଁ।

ଲାଷ୍ଟ ସିନ୍‌ ପରି ଆପଣଙ୍କ ଷ୍ଟାଟସ୍‌ ମଧ୍ୟ ଇଚ୍ଛାଧୀନ। ମାତ୍ର ଆପଣ ନୋ ବଡି ବିକଳ୍ପ ବାଛି ପାରିବେ ନାହିଁ। ଏଥିରେ ରହିବ ମାଇଁ କଣ୍ଟାକ୍ଟସ, ମାଇଁ କଣ୍ଟାକ୍ଟସ ଏକସେପ୍ଟ ଏବଂ ଓନ୍‌ଲି ସେୟାର୍‌ ଉଇଥ। ଆପଣ ଯଦି ଆପଣଙ୍କ ଷ୍ଟାଟସକୁ ମାଇଁ କଣ୍ଟାକ୍ଟ ଏକ୍‌ସେପ୍ଟ କରନ୍ତି ତେବେ ସମସ୍ତେ ଦେଖିପାରିବେ। ଯଦି ମାଇଁ କଣ୍ଟାକ୍ଟ୍‌ସ କରନ୍ତି ତେବେ କେବଳ ଆପଣଙ୍କ କଣ୍ଟାକ୍ଟସରେ ଥିବା ବ୍ୟବହାରକାରୀ ଦେଖିପାରିବେ। ଏହା ବ୍ୟତୀତ ଆଉ ଏକ ସୁବିଧା ମଧ୍ୟ ଉପଲବ୍ଧ। ଆପଣ ଆପଣଙ୍କ ଷ୍ଟାଟସ୍‌କୁ ଓନ୍‌ଲି ସେୟାର୍‌ ଉଇଥରେ ରଖି ବଛା ବଛା କିଛି ଲୋକଙ୍କୁ ଦେଖାଇ ପାରିବେ।

ସମ୍ବନ୍ଧିତ ଖବର