ରାୟପୁରରେ ଖୋଲିଲା ‘ମେ ଫେୟାର୍‌ ହୋଟେଲ୍‌ ଆଣ୍ଡ୍‌ ରିସର୍ଟସ’

ଭୁବନେଶ୍ବର : ମେ ଫେୟାର ହୋଟେଲ୍‌ ଆଣ୍ଡ୍‌ ରିସର୍ଟସ ପକ୍ଷରୁ ଛତିଶଗଡ଼ ରାଜଧାନୀ ରାୟପୁରଠାରେ ଏକ ନୂଆ ହୋଟେଲ୍‌ ‘ମେ ଫେୟାର ଲେକ୍‌ ରିସର୍ଟ’ ଉଦ୍‌ଘାଟିତ ହୋଇଯାଇଛି। ଫଳରେ ଏହି ହୋଟେଲ୍‌କୁ ମିଶାଇ ଏବେ ଦେଶରେ ୯ଟି ସହରରେ ମେ’ ଫେୟାର୍‌ ଗ୍ରୁପ୍‌ର ହୋଟେଲ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ଭୁବନେଶ୍ବର ସମେତ ପୁରୀ, ରାଉରକେଲା, ଗୋପାଳପୁର, ଦାର୍ଜିଲିଂ, ଗାଂଗଟକ୍‌, ଗୋଆ ଆଦି ସହରରେ ଏହି ହୋଟେଲ୍‌ ଗୁଡ଼ିକ ରହିଛି। ୧୯୮୨ରେ ଶିଳ୍ପ ସହର ରାଉରକେଲାରେ ଦିଲ୍ଲୀପ ରାୟଙ୍କ ଦ୍ବାରା ମେ ଫେୟାର୍‌ର ପ୍ରଥମ ହୋଟେଲ୍‌ ସ୍ଥାପନ କରାଯାଇଥିଲା। ରାୟପୁରରେ ନବର୍ନିମିତ ହୋଟେଲ୍‌ଟି ଏକ ହ୍ରଦ ମଧ୍ୟରେ ଅବସ୍ଥିତ। ଏଥିରେ ୧୨୪ଟି ବିଳାସପୂର୍ଣ୍ଣ କୋଠରି ସାଙ୍ଗକୁ ଆମୋଦ ପ୍ରମୋଦର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର