ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସେଲ ଅକ୍ଟୋବର ୨୪ରୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହା ସହିତ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଉପଲବ୍ଧ ହେବ। ସମସ୍ତ ଗ୍ରାହକଙ୍କୁ ମାଗଣା ମୋବାଇଲ୍ ସ୍କ୍ରିନ୍ ରିପ୍ୟାରିଂ, ୱାସିଂ ମେସିନ୍ ଓ ଟିଭି ତଥା ରେଫ୍ରିଜେରେଟର ଉପରେ ୧ ବର୍ଷର ବର୍ଦ୍ଧିତ ୱାରେଣ୍ଟି ମିଳିବ।
ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଫେସନ୍ ସାମଗ୍ରୀ, ଗୃହ ଏବଂ କିଚେନ୍ ସାମଗ୍ରୀ, ବୃହତ୍ତ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟନେସ୍ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍ ଷ୍ଟୋରରୁ କ୍ରୟ କରିପାରିବେ। ପ୍ରାଇମ୍ ସଦସ୍ୟଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ। ଆସନ୍ତୁ ଜାଣିବା ଆମାଜନ୍ର କେଉଁ ୧୦ଟି ସାମଗ୍ରୀ ଉପରେ ସ୍ୱତନ୍ତ୍ର ରିହାତି ରହିଛି।
/sambad/media/post_attachments/wp-content/uploads/2018/10/128gb-storage.jpg)
ଏହି ୬ଜିବି ରେମ ଓ ୧୨୮ଜିବି ଷ୍ଟୋରେଜ ଥିବା ୧୪,୯୯୦ଟଙ୍କାର ସ୍ମାର୍ଟଫୋନ୍କୁ ଆପଣ ଏହି ସେଲରେ ୧୧,୯୯୦ଟଙ୍କାରେ ପାଇ ପାରିବେ । ଗ୍ରାହକ ମାସକୁ ୧,୯୯୮ଟଙ୍କାରେ ଇଏମଆଇ ଜରିଆରେ କ୍ରୟ କରିବେ।
/sambad/media/post_attachments/wp-content/uploads/2018/10/64gb-storage.jpg)
ସେହିପରି ୪ଜିବି ରେମ ଓ ୬୪ଜିବି ଷ୍ଟୋରଜ ଥିବା ଏହି ସ୍ମାର୍ଟଫୋନ୍କୁ ଗ୍ରାହକ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲରେ ୧୦, ୯୯୦ଟଙ୍କାରେ ମିଳି ପାରିବ।
/sambad/media/post_attachments/wp-content/uploads/2018/10/tcl-55-inches-l55p2mus-4k-uhd-led-smart-tv.jpg)
ଏହି ୫୫ଇଞ୍ଚ ୪କେ ଏଲଇଡି ସ୍କ୍ରିନ୍ ଓ ୟୁଏଚଜି ରିଜଲୁଏସନ୍ ଥିବା ସ୍ମାର୍ଟ ଟିଭିକୁ ୪୩,୯୯୦ଟଙ୍କାରେ କ୍ରୟ କରି ପାରିବେ।
/sambad/media/post_attachments/wp-content/uploads/2018/10/fd-w4-wireless-portable-bluetooth-speaker.jpg)
ସେହିପରି ପୋର୍ଟବଲ ସ୍ପିକରରେ ୫୦ପ୍ରତିଶତ ଛାଡ ମିଳୁଛି। ଅର୍ଥାତ୍ ଛାଡ଼ ପରେ ଏହି ସ୍ପିକରରୁ ଗ୍ରାହକ ୮୪୯ଟଙ୍କାରେ କିଣି ପାରିବେ।
/sambad/media/post_attachments/wp-content/uploads/2018/10/fujifilm-instax-mini-8-instant-film-camera.jpg)
ସେଲରେ ଫ୍ୟୁଜିଫିଲ୍ସ ଇନ୍ସଟେକ୍ସ ମିନି ୮ ଇନ୍ସଟେଣ୍ଟ ଫିଲ୍ମ କ୍ୟାମରାରେ ୪୬ପ୍ରତିଶତ ଛାଡ ମିଳୁଛି। ଗ୍ରାହକ ଏହାକୁ ୩,୦୦୦ଟଙ୍କାରେ କ୍ରୟ କରି ପାରିବେ।
/sambad/media/post_attachments/wp-content/uploads/2018/10/boat-rockerz-510-wireless-bluetooth-headphones.jpg)
ସେହିପରି ଏହି ହେଡ୍ଫୋନ୍ରେ ୫୪ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି। ଅର୍ଥାତ୍ ୩,୯୯୦ଟଙ୍କାର ହେଡ୍ଫୋନ୍କୁ ୧,୮୪୯ରେ ପାଇ ପାରିବେ।
/sambad/media/post_attachments/wp-content/uploads/2018/10/jbl-c100si-in-ear-headphones.jpg)
ଏହି ହେଡଫୋନ୍ରେ ୫୮ପ୍ରତିଶିତ ଛାଡ଼ ରହିଛି। ଅର୍ଥାତ୍ ଗ୍ରାହକ ୫୪୯ରେ କ୍ରୟ କରି ପାରିବେ।
/sambad/media/post_attachments/wp-content/uploads/2018/10/seagate-4tb-backup-plus-hub-usb-3-0-external-hard-drive.jpg)
ଏହି ହାଇ ଡ୍ରାଇବରେ ୬୬ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିବ। ମୂଳ ମୂଲ୍ୟ ୨୩,୯୯୯ ଥିବା ବେଳେ ଗ୍ରାହକଙ୍କୁ ୮,୦୯୯ରେ ମିଳିବ।
/sambad/media/post_attachments/wp-content/uploads/2018/10/bose-qc-25-noise-cancellation-headphones.jpg)
ସେହିପରି ଏହି ହେଡଫୋନ୍ ମୂଲ୍ୟ ୨୫,୦୦ ଟଙ୍କା ଥିବା ବେଳେ ରିହାତି ହୋଇ ଗ୍ରାହକଙ୍କୁ ୧୨,୬୦୦ ଟଙ୍କାରେ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/amazon-great-indian-festival-sale.jpg)