ନୂଆଦିଲ୍ଲୀ: ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ ଏମବିଏ ପାଠପଢ଼ା ଶେଷ କରିବା ପରେ ଚାକିରି ପାଇଥିଲେ ଫାତିମା। କିନ୍ତୁ ଏହି ଚାକିରିରୁ ସେ ଆତ୍ମସନ୍ତୋଷ ପାଇ ପାରି ନଥିଲେ। ତେଣୁ ଉକ୍ତ ଚାକିରିକୁ ସେ ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିଥିଲେ।
ସେ ଘରେଥିବା ତାଙ୍କ ସ୍କୁଟି ସାହାଯ୍ୟରେ ଖାଦ୍ୟ ବ୍ୟବସାୟ ଆରମ୍ଭ କଲେ। ଏହି ସମୟରେ ତାଙ୍କୁ ବିଭିନ୍ନଲୋକ ବିଭିନ୍ନ ପ୍ରକାର କଥା କହିଥିଲେ, କିନ୍ତୁ ସେ କାହାରି କିଛି କଥା ନଶୁଣି ନିଜ ଲକ୍ଷ୍ୟପଥରେ ଆଗେଇ ଯାଇଥିଲେ।
ଫାତିମା ‘ଏମବିଏ ଫୁଡ଼ବାଲି’ ନାମରେ ତାଙ୍କର ଏକ ଫୁଡ୍ ଷ୍ଟଲ ଖୋଲିଥିଲେ। ସେ ପଶ୍ଚିମବଙ୍ଗର ସିଲିଗୁଡ଼ି ବାସିନ୍ଦା ଫାତିମାଙ୍କ ଏଭଳି ଚିନ୍ତାଧାରା ପାଇଁ ସେ ସମଗ୍ର ଭାରତରେ ଏବେ ଚର୍ଚ୍ଚାରେ ରହିଛନ୍ତି।
୨୦୧୧ ମସିହାରେ ଉତ୍ତରପ୍ରଦେଶରେ ଫାତିମା ଏମବିଏ ପୂରା କରିଥିଲେ। ଯେଉଁଠାରେ ସେ ରହୁଥିଲେ ସେଠାରୁ ତାଙ୍କ ସ୍ବାମୀଙ୍କ ସହିତ ସିଲିଗୁଡ଼ି ଚାଲି ଆସିଥିଲେ। ସମ୍ପ୍ରତି ସେ ମାଟିଗାଡ଼ାରେ ବସବାସ କରୁଛନ୍ତି।
ନିକଟରେ ସେ ସିଲିଗୁଡ଼ିର ବାଘାଜତୀନ ପାର୍କ ନିକଟରେ ସ୍କୁଟିରେ ଫୁଡ଼ଷ୍ଟଲ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ସନ୍ଧ୍ୟା ୭ଟାରେ ଷ୍ଟଲ ଖୋଲନ୍ତି ଓ ରାତି ୧୦.୩୦ରେ ବନ୍ଦ କରି ଚାଲି ଯାଇଥାଆନ୍ତି। ଖାଦ୍ୟ ରାନ୍ଧିବାଠାରୁ ବିକ୍ରି ପର୍ଯ୍ୟନ୍ତ ସବୁକିଛି ସେ ନିଜେ ସମ୍ଭାଳି ଥାଆନ୍ତି। ଗ୍ରାହକଙ୍କ ରୁଚି ମୁତାବକ ଖାଦ୍ୟ ପ୍ରସ୍ତୁତ କରି ପରଷି ଥାଆନ୍ତି।
ପ୍ରତିଦିନ ଫତିମା ୫୦୦ଟଙ୍କା ପର୍ଯ୍ୟନ୍ତ ପ୍ରାରମ୍ଭିକ ସମୟରେ ରୋଜଗାର କରୁଛନ୍ତି। ଆଗକୁ ତାଙ୍କ ବ୍ୟବସାୟ ଆହୁରି ବଢ଼ିବ ବେଲି ଫାତିମା ଆଶା ବାନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Foodwali.jpg)