୫ବର୍ଷ ତଳେ ମାକ୍‌ଡୋନାଲ୍‌ଡ୍ସର ବର୍ଗରରୁ ବାହାରିଥିଲା ପୋକ, ଏବେ ଖାଇଥିବା ଲୋକଙ୍କୁ ଜରିମାନା ଆକାରରେ ୭୦,୦୦୦ଟଙ୍କା ଦେଲା କମ୍ପାନି

ନୂଆଦିଲ୍ଲୀ : ନୋଏଡାରେ ରହୁଥିବା ଜଣେ ଯୁବକ ୫ବର୍ଷ ତଳେ ମାକ୍‌ଡୋନାଲଡ୍ସକୁ ଯାଇ ବର୍ଗର ଖାଇଥିଲେ । ଯେଉଁଥିରୁ ମରି ଯାଇଥିବା ପୋକ ବାହାରିଥିଲା । ଏହାକୁ ଖାଇବା ପରେ ଯୁବକଜଣଙ୍କ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଭଳି ଅବସ୍ଥା ହେବା ପରେ ପୀଡ଼ିତ ସନ୍ଦୀପ ସକ୍ସେନା ଏ ଘଟଣା ସଂପର୍କରେ ଜିଲ୍ଲା  ଖାଉଟି ଅଦାଲତରେ ଅଭିଯେୋଗ କରିଥିଲେ । ଯାହା ପରେ ଜିଲ୍ଲା ଖାଉଟି ଅଦାଲତ କମ୍ପାନିକୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଥିଲା । ଏହି ମାମଲା ଦିଲ୍ଲୀ ରାଜ୍ୟ ଉପୋଭକ୍ତା ବିବାଦ ନିବାରଣ ଆୟୋଗରେ ପହଞ୍ଚିବା ପରେ ଅୟୋଗ ତରଫରୁ ୭୦,୦୦୦ଟଙ୍କା କ୍ଷତିପୂରଣ ଦେବା ପାଇଁ କମ୍ପାନିକୁ ଆଦେଶ ଦିଆଯାଇଥିଲା । କିନ୍ତୁ ମାକ୍‌ଡୋନାଲଡ୍ସ କୌଣସି ଆଦେଶ ମିଳି ନଥିବା କହି କ୍ଷତିପୂରଣ ଦେବା ପାଇଁ ମନା କରି ଦେଇଥିଲା । କିନ୍ତୁ ଏବେ ମାମଲାଟିକୁ ୫ବର୍ଷ ବିତିଯିବା ପରେ ମାକ୍‌ଡୋନାଲଡ୍ସ ସନ୍ଦୀପଙ୍କୁ କ୍ଷତିପୂରଣ ଦେଇଥିବା ଜଣା ପଡ଼ିଛି ।

Punjab Kesari

ସୂଚନା ମୁତାବକ, ଜୁଲାଇ ୧୦, ୨୦୧୪ରେ ସନ୍ଦୀପ ମାକ୍‌ଡୋନାଲଡ୍ସ ଯାଇ ଆଲୁ ଟିକ୍କି ବର୍ଗର ଅର୍ଡର କରିଥିଲେ । ଯାହାକୁ ଖାଇବା ପରେ ଭିତରେ ମଲା ପୋକ ଦେଖି ସେ ବାନ୍ତି କରିବାକୁ ଲାଗିଥିଲେ । ଏ ନେଇ ସେ ମାକ୍‌ଡୋନାଲଡ୍ସ ଷ୍ଟୋର ମ୍ୟାନେଜରଙ୍କୁ ଜଣାଇବା ପରେ ସେମାନେ କୌଣସି ପଦକ୍ଷେପ ନେଇ ନଥିଲେ । ଯାହା ପରେ ସନ୍ଦୀପ ଫୁଡ୍‌ ଇନ୍‌ସ୍ପେକ୍ଟରଙ୍କୁ ଡ଼କାଇବା ପରେ ଖାଦ୍ୟକୁ ପରୀକ୍ଷା ପାଇଁ ନିଆ ଯାଇଥିଲା । ପରୀକ୍ଷା ପରେ ଖାଦ୍ୟ ଖାଇବା ଉପଯୋଗୀ ନୁହଁ ବୋଲି ସ୍ପଷ୍ଟ ହୋଇଥିଲା । ଯାହା ପରେ କମ୍ପାନିକୁ ୭୦,୦୦୦ଟଙ୍କା ଜରିମାନା ଆକାରରେ ଦେବା ପାଇଁ ଆଦେଶ ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର