ସିଏସ୍‌ଆର୍‌ ପାଇଁ ଏମ୍‌ସିଏଲ୍‌କୁ ଜାତୀୟ ପୁରସ୍କାର

ଭୁବନେଶ୍ବର : ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍ (ଏମ୍‌ସିଏଲ୍‌)କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାତୀୟ ସିଏସ୍‌ଆର୍‌ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାରେ ବିଭିନ୍ନ ଅଞ୍ଚଳର ବିକାଶ ସମେତ ସ୍ବାସ୍ଥ୍ୟ ଓ ପାନୀୟ ଜଳ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବାରୁ କଂପାନିକୁ ଏହି ପୁରସ୍କାର ଦିଆଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଠାରୁ ଏମ୍‌ସିଏଲ୍‌ର ନିର୍ଦେଶକ (କାର୍ମିକ) କେ ଆର ବାସୁଦେବନ ଓ ମହାପ୍ରବନ୍ଧକ (ସିଏସ୍‌ଆର୍‌) ବି ସାଇରାମ୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଁ କଂପାନିର ସିଏମ୍‌ଡି ବି ଏନ୍ ଶୁକ୍ଳା କଂପାନିର ସାରା ସିଏସ୍‌ଆର୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର