କଟକ: ମୀରା ମସଲା ପକ୍ଷରୁ ଚଳିତ ମାସ ୨୨ ତାରିଖରେ ମା’ଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ଏକ ଉତ୍ସବ ଆୟୋଜନ କରାଯିବ। କଂପାନିର ପରିଚାଳନା ନିର୍ଦ୍ଦେଶକ ପଳାଶ କୁମାର ପାତ୍ର କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ପାଟଣା ଗ୍ରାମର ଚମ୍ପାଦେବୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ଚମ୍ପାଦେବୀ ହେଉଛନ୍ତି ନାଇଜର୍ର କୁଳସଚିବ ଡକ୍ଟର ଅଭୟ କୁମାର ସାହୁଙ୍କର ମା’। ତାଙ୍କୁ ପରିବାରବର୍ଗଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବ। ଏହି ଅବସରରେ ରାଜ୍ୟର ବହୁ କ୍ଷେତ୍ରର ବିଶିଷ୍ଟ ପ୍ରତିଭାମାନଙ୍କୁ ମଧ୍ୟ କଂପାନି ପକ୍ଷରୁ ସମ୍ମାନିତ କରାଯିବ। ଏ ସମ୍ପର୍କରେ ଘୋଷଣା କରିବାକୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କଂପାନିର ସାଧାରଣ ପରିଚାଳକ ବିକାଶ କୁମାର ରାଉତରାୟ, ନିର୍ଦ୍ଦେଶକ ଅମିତ୍ କୁମାର ପାତ୍ର ଓ ଶରଣାବିନ୍ଦ ଓଝା ଉପସ୍ଥିତ ଥିଲେ ।
ମୀରା ମସଲାର ‘ମା’ଙ୍କୁ ସମ୍ମାନ ଉତ୍ସବ’ ୨୨ରେ
/sambad/media/post_attachments/wp-content/uploads/2018/01/meera-masala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)