ଭୁବନେଶ୍ବର, ପାୱାର୨ଏସ୍ଏମ୍ଇ ପକ୍ଷରୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ମିଳିତ ଆନୁକୂଲ୍ୟରେ ୟୁସିସିଆଇ ପରିସରରେ ଏକ ‘ଏସ୍ଏମ୍ଇ ଟ୍ରାନ୍ସଫର୍ମେସନ୍ ଶିବିର’ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପାୱାର୨ଏସ୍ଏମ୍ଇର ନିର୍ଦେଶକ ଡକ୍ଟର ଏଚ୍ପି ହୋତା ଓ ୟୁସିସିଆଇର ସଭାପତି ରମେଶ ମହାପାତ୍ର ଉପସ୍ଥିତ ଥିଲେ। ଗତବର୍ଷ କଟକରେ ଏଭଳି ଏକ ଶିବିର ଆୟୋଜନ କରାଯାଇଥିଲା। ରାଜ୍ୟରେ ତିନି ଲକ୍ଷରୁ ଅଧିକ ଏସ୍ଏମ୍ଇ ଅଛନ୍ତି ଯେଉଁମାେନ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏଠାରେ ଆୟୋଜନ କରାଯାଇଥିବା ଶିବିର ଏସ୍ଏମ୍ଇଗୁଡ଼ିକର କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହେବ। ଏହି ଅବସରରେ େସମାନଙ୍କୁ ବିଭିନ୍ନ କୌଶଳ ବିଷୟରେ ଅବଗତ କରାଯାଇଥିଲା ଯଦ୍ବାରା ସେମାନେ ଆହ୍ବାନଗୁଡ଼ିକ ଠିକ୍ ଭାବେ ସାମ୍ନା କରିବା ସହ ବ୍ୟବସାୟେର ଆଗକୁ ବଢ଼ିପାରିବେ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ୯୦ରୁ ଅଧିକ କ୍ଷୁଦ୍ର ଓ ଧମ୍ୟମ ଧରଣର ଶିଳ୍ପ ସଂସ୍ଥା ଅଂଶଗ୍ରହଣ କରିଥିଲେ।
ୟୁସିସିଆଇରେ ଏସ୍ଏମ୍ଇ ଶିବିର
/sambad/media/post_attachments/wp-content/uploads/2018/12/ucci-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)