ନୂଆଦିଲ୍ଲୀ: ଦେଶର ଜଣାଶୁଣା ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ ପୁଅ ପରେ ଏବେ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ନେଇ ଚର୍ଚ୍ଚା ହେଉଛି। ନିଶାଙ୍କ ଜୀବନସାଥୀ ବନିବେ ମୁକେଶଙ୍କ ପାରିବାରିକ ବନ୍ଧୁ ଆନନ୍ଦ ପିରାମଲ। ଆଗାମୀ ଡିସେମ୍ବରରେ ନିଶା ଓ ଆନନ୍ଦ ବିବାହ ବନ୍ଧନରେ ବାନ୍ଧି ହେବା ସହ ତାଙ୍କ ଯାଆଁଳା ଭାଇ ଆକାଶ ଏବଂ ଶ୍ଲୋକା ବି ସେହି ଏକା ସମୟରେ ବିବାହ କରିବେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆନନ୍ଦ ଇଶାଙ୍କୁ ମହାବଳେଶ୍ୱର ମନ୍ଦିରରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆନନ୍ଦ ହେଉଛନ୍ତି ପିରାମଲ୍ ଗ୍ରୁପ୍ର ମୁଖ୍ୟ ଅଜୟ ପରାମଲଙ୍କ ପୁଅ।
/sambad/media/post_attachments/wp-content/uploads/2018/05/anand-piramal_650x400_81525610481-300x185.jpg)
ଆନନ୍ଦ ହେଉଛନ୍ତି ପିରାମିଲ୍ ରିୟଲିଟି ନାମକ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନିର ନିର୍ମାତା। ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ପିରାମିଲ୍ ସ୍ୱାସ୍ଥ୍ୟ ବାହାର କରିଥିଲେ। ଏହା ଜରିଆରେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ଦିନକୁ ୪୦,୦୦୦ ରୋଗୀ ଚିକିତ୍ସତ ହୁଅନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆନନ୍ଦ ପିରାମିଲ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ।
ସେ ୟୁନିଭରସିଟି ଅଫ୍ ପେନ୍ସିଲ୍ଭାନିତଆରେ ଅର୍ତନୀତିରେ ଗ୍ରାଜୁଏସନ୍ କରିବା ସହ ୟୁନିଭରସିଟି ଅଫ୍ ହାଭାର୍ହ ବିଜିନେସ୍ ସ୍କୁଲ୍ରେ ଏମ୍ବିଏ ଡିଗ୍ରି ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Presentation1-2.jpg)