ଭୁବନେଶ୍ୱର: ଆଲୁମିନିୟମ୍ ଶିଳ୍ପ ଗୁରୁତର ସଙ୍କଟ ଦେଇ ଗତି କରୁଛି। ଏହା ଉଭୟ ଦେଶ ଭିତରେ ଓ ବିଦେଶରେ ବିଭିନ୍ନ ଆହ୍ଵାନର ସାମ୍ନା କରୁଛନ୍ତି। ଏହି କ୍ଷେତ୍ରର ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଜୁନ୍ ୫ରେ ନୂଆଦିଲ୍ଲୀର ଉଦ୍ୟୋଗ ଭବନଠାରେ ଏକ ବୈଠକ ହେବ। ସେଥିରେ ଶିଳ୍ପ ସଂସ୍ଥା ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାଗ ନେବେ। ଶିଳ୍ପ ନୀତି ଓ ବିକାଶ ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି। ଆଲୁମିନିୟମ୍ ଉତ୍ପାଦନକାରୀମାନେ କଞ୍ଚାମାଲ୍ ଉପରେ ସୀମା ଶୁଳ୍କ ହ୍ରାସ କରିବା ଓ କୋଇଲା ଉପରେ ଜିଏସ୍ଟି ରିହାତି ପ୍ରଦାନ କରିବାକୁ ଦାବି କରୁଛନ୍ତି। ବିଦେଶରୁ ଆସୁଥିବା ଆଲୁମିନିୟମ୍ ଉପରେ ୧୫% ଟିକସ ଲଗାଇବାକୁ ସେମାନେ ଦାବି କରୁଛନ୍ତି। ଭାରତୀୟ ଆଲୁମିନିୟମ୍ ସଂଘ (ଏଏଆଇ) ପକ୍ଷରୁ କୁହାଯାଇଛି ଯେ, ଉତ୍ପାଦନ ଖର୍ଚ ବୃଦ୍ଧି, ଚୀନ୍ରୁ ଶସ୍ତାରେ ଆସୁଥିବା ଆଲୁମିନିୟମ୍ ଓ ଆବଶ୍ୟକ ପରିମାଣର ପେଟ୍ କୋକ୍ର ଅଭାବ ଯୋଗୁଁ ସ୍ଥାନୀୟ ଆଲୁମିନିୟମ୍ ଶିଳ୍ପ ପ୍ରଭାବିତ ହୋଇଛି। ଚୀନ୍ ସରକାର ସେଠାକାର କଂପାନିଗୁଡ଼ିକ ଆଲୁମିନିୟମ୍ ରପ୍ତାନି ପାଇଁ ୧୩% ସବ୍ସିଡି ପ୍ରଦାନ କରୁଛନ୍ତି। ସେଥିପାଇଁ ଚୀନ୍ର କଂପାନିଗୁଡ଼ିକ ବିପୁଳ ପରିମାଣର ଆଲୁମିନିୟମ୍ ଭାରତକୁ ରପ୍ତାନି କରୁଛନ୍ତି। ସେଥିପାଇଁ ଦେଶ ଭିତରେ ଥିବା ୩୫୦୦ ଏସ୍ଏମ୍ଇ ଆଲୁମିନିୟମ୍ ଉତ୍ପାଦନକାରୀ ସଙ୍କଟରେ ପଡ଼ିଯାଇଛନ୍ତି। ଆଲୁମିନିୟମ୍ ସଂଘ ଭଳି ଭାରତୀୟ ଧାତୁ ପ୍ରକ୍ରିୟାକରଣ ସଂଘ (ଏମ୍ଆର୍ଏଆଇ) ପକ୍ଷରୁ ମଧ୍ୟ କେତେକ ଦାବି ଉପସ୍ଥାପନ କରାଯାଇଛି। ସର୍ବଭାରତୀୟ ଟ୍ରାନ୍ସଫର୍ମର ଉତ୍ପାଦନକାରୀ ସଂଘ ପକ୍ଷରୁ ଇଲେକ୍ଟ୍ରିକାଲ୍ ଗ୍ରେଡ୍ ଆଲୁମିନିୟମ୍ ଦର ନିୟନ୍ତ୍ରଣ ଲାଗି ଦାବି ହୋଇଛି। ଘରୋଇ ଆଲୁମିନିୟମ୍ ଉତ୍ପାଦନକାରୀମାନେ ଦର ବୃଦ୍ଧି ସହିତ ନିଅଣ୍ଟିିଆ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏଏଆଇ ସହିତ ଅନ୍ୟ ଶିଳ୍ପ ସଂଘଗୁଡ଼ିକର କରିଥିବା ଦାବିଗୁଡ଼ିକୁ ଦୃଷ୍ଟିରେ ରଖି ଆଲୁମିନିୟମ୍ କ୍ଷେତ୍ର ପାଇଁ ନିଷ୍ପତ୍ତି ନେବାକୁ ନିଜ ଅଧିକାରୀମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି। ଓଡ଼ିଶାରେ ନାଲ୍କୋ ଓ ଷ୍ଟେରଲାଇଟ୍ ଭଳି ବଡ଼ ଆଲୁମିନିୟମ୍ ଓ ଆଲୁମିନା ଉତ୍ପାଦନକାରୀ କଂପାନି ରହିଛନ୍ତି। ତେଣୁ ଜୁନ୍ ୫ ବୈଠକରେ ବିଭିନ୍ନ ଦାବିକୁ ଉପସ୍ଥାପନ କରିବାକୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଆଲୁମିନିୟମ୍ ଶିଳ୍ପ ସଙ୍କଟକୁ ନେଇ ବୈଠକ ୫ରେ
/sambad/media/post_attachments/wp-content/uploads/2018/04/nalco-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)