ପୁଞ୍ଜିନିବେଶ ଉପରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ ଉପରେ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଓଡ଼ିଶାର ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଅନୁକୂଳ ପୁଞ୍ଜିନିବେଶ ପରିବେଶକୁ ଉତ୍ସାହିତ କରାଯାଉଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପାଞ୍ଚ ଲକ୍ଷ କୋଟି ଡଲାରର ଅର୍ଥନୀତି ଲକ୍ଷ୍ୟ, ଜାତୀୟ ସ୍ତରରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ପୁଞ୍ଜିନିବେଶ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଆଦି ଉପରେ ଆଲୋଚନା ହୋଇଥିଲା। ମେକ୍ ଇନ୍ ଇଣ୍ଡିଆକୁ ନେଇ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ। ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର କମିସନର ଓ ସଚିବ ହେମନ୍ତ ଶର୍ମା ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର