ନୂଆଦିଲ୍ଲୀ: ଗୋଟିଏ ପଟେ ଅରୁଣ ଜେଟ୍ଲିଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିନପାରେ ବୋଲି ଚର୍ଚା ହେଉଥିବା ବେଳେ ଅନ୍ୟ ପକ୍ଷରେ ଆଜି ଜେଟ୍ଲିଙ୍କ ବାସଭବନରେ ବଜେଟ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ଅର୍ଥ ସଚିବ ସୁଭାଷ ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁ, ଆର୍ଥିକ ସେବା ସଚିବ ରାଜୀବ କୁମାର, ଦୀପମ୍ ସଚିବ ଅତନୁ ଚକ୍ରବର୍ତୀ ଓ ନର୍ଥ ବ୍ଲକ୍ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜେଟ୍ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସେକୌଣସି ଦୃଷ୍ଟିରୁ ଅସୁସ୍ଥ ଲାଗୁ ନାହାନ୍ତି ବୋଲି ବୈଠକରେ ଭାଗ ନେଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଜେଟ୍ଲିଙ୍କ ବାସଭବନରେ ବଜେଟ୍ ବୈଠକ
/sambad/media/post_attachments/wp-content/uploads/2019/05/Untitled-14-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)