ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଗହଣା ସୋରୁମ୍ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ପ୍ରଥମ ଥର ଗ୍ରାହକଙ୍କୁ ନିଜ ପସନ୍ଦର ଅଫର ବାଛିବା ଲାଗି ମେଗା ଫ୍ଲେକ୍ସି ଅଫର ଘୋଷଣା କରାଯାଇଛି। ଏହା ମାଧ୍ୟମରେ ଗ୍ରାହକ ତିନୋଟି ଅଫର ମଧ୍ୟରୁ କୋଣସି ଗୋଟିଏ ମନ ପସନ୍ଦର ଅଫରକୁ ନିଜେ ସ୍ଥିର କରି ପାରିବେ। ୩ଟି ଅଫର ମଧ୍ୟରୁ ଗୋଟିଏ ଅଫର ହେଲା ଫ୍ଲାଟ ୬% ରିହାତି (ସୁନା ମୂଲ୍ୟ ଉପରେ)। ଦ୍ୱିତୀୟ ଅଫରଟି ହେଲା ସମ୍ପୂର୍ଣ୍ଣ ରିହାତି ମୂଲ୍ୟର ମାଗଣା ସ୍ୱର୍ଣ୍ଣମୁଦ୍ରା। ତୃତୀୟ ଅଫରଟି ହେଲା ୧୫୦୦ଟଙ୍କା ପଯ୍ୟର୍ନ୍ତ ରିହାତି ସହିତ ମାଗଣା ସ୍ୱର୍ଣ୍ଣମୁଦ୍ରା ଓ ସୁନିଶ୍ଚିତ ଉପହାର । ଏଥିସହିତ ପାର୍ବଣ ଋତୁରେ କ୍ରୟ କରିଥିବା ଗା୍ରହକ ମାନଙ୍କ ମଧ୍ୟରୁ ୧୫ଜଣ ଲକ୍ଷପତି ହେବାର ସୁଯୋଗ ମଧ୍ୟ ରହିଛି। ଏହା ବ୍ୟତୀତ କମ୍ପାନି ତରଫରୁ ସୁନାଗହଣା ଉପରେ ମାଗଣା ବୀମା, ସହଜ ଇଏମ୍ଆଇରେ ଗହଣା କ୍ରୟର ବ୍ୟବସ୍ଥା, ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗୋଲ୍ଡ ଟେଷ୍ଟିଙ୍ଗ ମେସିନ୍ ଏବଂ ଗହଣା ଉପରେ ଲାଇଫ୍ ଟାଇମ୍ ମାଗଣା ମରାମତି ସେବା ସହ ଲୟାଲିଟି ପ୍ରୋଗ୍ରାମ ଅନ୍ତର୍ଗତ ବିଭିନ୍ନ ପ୍ରକାରର ପୁରସ୍କାର/ ଉପହାର ଏବଂ ରିହାତି ଆଦି ରହିଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ପ୍ରତିଷ୍ଠିତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଜେମ୍ସ ଆଣ୍ଡ ଜୁଏଲାରି ଫେଡେରେସନ୍ ଅଫ୍ ଇଣ୍ଡିଆର ସ୍ଥାୟୀ ସଦସ୍ୟତା ଲାଭ କରିବା ସହ ହଲମାର୍କ ସୁନାଗହଣା ବ୍ୟବସାୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର,ବଲାଙ୍ଗୀର ଓ ଭବାନୀପାଟଣା ପରେ ନିକଟରେ ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱରର ଜନପଥଠାରେ ଏହାର ଚତୁର୍ଥ ମେଗା ସୋରୁମ୍ ଖୋଲିଛି।
ଅରୁନ୍ଧତୀ ଜୁଏଲର୍ସର ମେଗା ଫ୍ଲେକ୍ସି ଅଫର୍
/sambad/media/post_attachments/wp-content/uploads/2017/10/ARUNDHATI-LOGO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)