ଲାଞ୍ଜିଗଡ଼: ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ର କାନକୁଟ୍ରୁ ଗ୍ରାମ ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି। ଏଥିରେ ୧୩ଟି ଗ୍ରାମର ୪୦୦ରୁ ଅଧିକ ଲୋକଙ୍କୁ ମାଗଣା ପରାମର୍ଶ, ରୋଗ ଚିହ୍ନଟ ସୁବିଧା ସହିତ ଔଷଧ ପ୍ରଦାନ କରାଯାଇଥିଲା। ବେଦାନ୍ତର ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର।

Advertisment

ତଥାପି ଅନେକ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ଏହା ପାଇବା ଆହ୍ବାନ ହୋଇରହିଛି। କଳାହାଣ୍ଡିରେ ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ ଆମେ ବାର୍ଷିକ ୬୦,୦୦୦ରୁ ଅଧିକ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରୁଛୁ। ଗୋଷ୍ଠୀ କଲ୍ୟାଣ ହେଉଛି ସ୍ଥାୟୀ ଅଭିବୃଦ୍ଧିର ମୂଳଦୁଆ। ମେଗା ସ୍ୱାସ୍ଥ୍ୟ ଶିବିର ଭଳି ପଦକ୍ଷେପ ଆମର ସେହି ବିଶ୍ୱାସକୁ ପ୍ରତିଫଳିତ କରୁଛି। କମ୍ପାନି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଜରିଆରେ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଛି। ୬୬୦ରୁ ଅଧିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ପରିଦର୍ଶନ ଦ୍ବାରା ଦୂରଦୂରାନ୍ତ ଗ୍ରାମଗୁଡ଼ିକର ୨୦,୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।