ମେଗା ସପିଂ ବଜାର ଉଦ୍‌ଘାଟିତ

ଭୁବନେଶ୍ୱର: ବିଗତ ବର୍ଷ ଭଳି ଚଳିତବର୍ଷ ସାବିତ୍ରୀ, ରଜ, ବିବାହ ଏବଂ ବ୍ରତ ଉତ୍ସବ ଆଦିକୁ ଲକ୍ଷ୍ୟ ରଖି ମେଗା ସପିଂ ବଜାର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳାକୁ ଭୁବନେଶ୍ୱର ମୁନିସ୍‌ପାଲିଟିର ପୂର୍ବତନ ଚେୟାରମ୍ୟାନ ଡାକ୍ତର ଜଗନ୍ନାଥ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଏଥିରେ ସହିଦନଗର ଦୁର୍ଗାପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। ଏଠାରେ ପୁରୁଷ, ମହିଳା ଓ ଛୋଟ ପିଲାଙ୍କ ପୋଷାକ ଓ ଶାଢ଼ି ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ଏଥିସହିତ ବେଡସିଟ୍‌, ତକିଆ ଖୋଳ, ବ୍ୟାଗ, ଚଷମା, ଚପଲ, ଖେଳଣା, ଆୟୁର୍ବେଦ ଔଷଧ ଓ ବାସ୍ତୁ ସାମଗ୍ରୀ ଦୋକାନ ଆଦି ଖୋଲିଛି।

ସମ୍ବନ୍ଧିତ ଖବର