ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩୪୦୦ କୋଟି ଟଙ୍କା ଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସି ଏବେ ୟୁରୋପୀୟ ଦେଶ ବେଲ୍‌ଜିୟମରେ ଅଛନ୍ତି। ଚିକିତ୍ସା ପାଇଁ ସେ ବେଲଜିୟମ ଯାଇଥିବା କୁହାଯାଉଛି। ତେବେ ବେଲଜିୟମରୁ ସେ ଫ୍ରାନ୍ସ କିମ୍ବା ଅନ୍ୟ କୌଣସି ପଡ଼ୋଶୀ ଦେଶକୁ ପଳାଇବାର ଆଶଙ୍କା ରହିଛି। ତେଣୁ ବେଲଜିୟମରେ ତାଙ୍କୁ ଅଟକ ରଖିବା ପାଇଁ ସିବିଆଇ ଅନୁରୋଧ କରିଛି। ବେଲଜିୟମ ପକ୍ଷରୁ ଭାରତ ଠାରୁ ଆନୁଷ୍ଠାନିକ ଭାବେ ପ୍ରତ୍ୟର୍ପଣ ଅନୁରୋଧକୁ ଅପେକ୍ଷା କରାଯାଇଛି। 

Advertisment

ସିବିଆଇ ଏଥିପାଇଁ ଉଦ୍ୟମ ଚଳାଇଛି, ଯାହାଦ୍ବାରା ତାଙ୍କୁ ଭାରତକୁ ଅଣାଯାଇ ପାରିବ। ଚୋକ୍‌ସି ଆଣ୍ଟିଗୁଆରେ ବାସ କରୁଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଭାରତକୁ ଅଣାଯାଇ ପାରିନାହିଁ। ଅନ୍ୟପକ୍ଷରେ ତାଙ୍କ ଭଣଜା ତଥା ପିଏନ୍‌ବି ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଏବେ ଲଣ୍ଡନ ଜେଲ୍‌ରେ ଅଛନ୍ତି। ଚଳିତବର୍ଷ ମେ ମାସରେ ଏକ ମୁମ୍ବାଇ ଅଦାଲତକୁ ମେହୁଲ ତାଙ୍କ ଓକିଲଙ୍କ ମାଧ୍ୟମରେ କହିଥିଲେ ଯେ ସେ ଭାରତ ନଫେରି ପାରିବାର କାରଣ ତାଙ୍କ ନିୟନ୍ତ୍ରଣରେ ନାହିଁ। ତେବେ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣାକୁ ସେ ବିରୋଧ କରି ଆସୁଛନ୍ତି।