ଆମେରିକାକୁ ଚିକିତ୍ସା ପାଇଁ ଯିବାକୁ ମେହୁଲଙ୍କ ଆବେଦନ

ନୂଆଦିଲ୍ଲୀ: ‌ଡୋମିନିକାରେ ଧରା ପଡ଼ିଥିବା ପିଏନ୍‌ବି ମହା ଘୋଟାଲାର ଅନ୍ୟତମ ଅଭିଯୁକ୍ତ ମେହୁଲ୍ ଚୋକ୍‌ସି ଏବେ ଆମେରିକା କିମ୍ବା ଆଣ୍ଟିଗୁଆକୁ ଚିକିତ୍ସା ପାଇଁ ଯିବାକୁ ଆଗ୍ରହୀ। ତାଙ୍କ ଓକିଲ ଏ ନେଇ ଡୋମିନିକାର ହାଇକୋର୍ଟରେ ଆବେଦନ କରିଛନ୍ତି। ସେ ସ୍ନାୟୁ ଏବଂ ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଛି। ସେସବୁ ରୋଗର ଚିକିତ୍ସା ଡୋମିନିକାରେ ହୋଇପାରିବ ନାହିଁ। ତେଣୁ ତାଙ୍କୁ ଆମେରିକା କିମ୍ବା ଆଣ୍ଟିଗୁଆକୁ ଯିବାଲାଗି ଅନୁମତି ଦେବାପାଇଁ ସେ ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ମେହୁଲଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଡୋମିନିକାରେ ସେ ବେଆଇନ ଭାବେ ପ୍ରବେଶ କରିଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାହାର ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ‌ ସେ ପିଟିସନ ଦାଖଲ କରିଛନ୍ତି। ଏହି ମାମଲାର ଶୁଣାଣିକୁ ମଧ୍ୟ ବିଚାରପତି ଆସନ୍ତା ଅଗଷ୍ଟ ୨୭ରେ କରିବାକୁ ରଖିଛନ୍ତି। ମେହୁଲଙ୍କ ଆଇନଜୀବୀ ବିଜୟ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର