ମେଲାଞ୍ଜ୍‌ ପ୍ରଦର୍ଶନୀ ସେଲ୍‌ ୧ରୁ

ଭୁବନେଶ୍ୱର,: ଜୁନ୍‌ ୧ ଓ ୨ ତାରିଖରେ ହୋଟେଲ୍‌ ମେ’ ଫେୟାର ଲାଗୁନ୍‌ରେ ଆୟୋଜିତ ହେବ ମେଲାଞ୍ଜ୍‌ ପ୍ରଦର୍ଶନୀ ସେଲ୍‌। ଏହି ଡିଜାଇନର୍‌ ପ୍ରଦର୍ଶନୀରେ ଗ୍ରାହକମାନେ ଡିଜାଇନର୍‌ ପୋଷାକ, ଗହଣା, ଉପହାର ସାମଗ୍ରୀ ଓ ଘର ସାଜସଜ୍ଜା ସାମଗ୍ରୀ ଆଦି କିଣିପାରିବେ। ଏଥର ପ୍ରଦର୍ଶନୀରେ ୪୦ରୁ ଅଧିକ ଡିଜାଇନର୍‌ ଅଂଶ ଗ୍ରହଣ କରିବେ। ସେମାନେ ଏଥ୍‌ନିକ୍‌, ଫ୍ୟୁଜନ୍‌ ଓ େଓ୍ଵଷ୍ଟର୍ଣ୍ଣ ଓୟାର ଆଣିବେ। ଲୋକମାନେ ପ୍ରଦର୍ଶନୀରେ କୁର୍ତି, ପାଲାଜୋ, ଶାଢ଼ି, ବ୍ଲାଉଜ୍‌ ଆଦି ସାମଗ୍ରୀ କିଣିପାରିବେ। ଏହା ବ୍ୟତୀତ କୁନ୍ଦନ, ହାଣ୍ଡବ୍ୟାଗ୍‌, ଇଭିନିଂ ବ୍ୟାଗ୍‌, ଜୋତା, ଚପଲ୍‌ ଓ ଅନ୍ୟାନ୍ୟ ଡିଜାଇନର୍‌ ଆକ୍‌ସେସୋରିଜ୍‌ କିଣିପାରିବେ।

ସମ୍ବନ୍ଧିତ ଖବର