ଭୁବନେଶ୍ବର : ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣ୍ ଠାରେ ଅକ୍ଟୋବର୍ ୨୯ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ବର ସର୍ବବୃହତ୍ ଖଣି ଓ ସମ୍ବଳ ସମ୍ମିଳନୀରେ ନାଲକୋ ଅଂଶଗ୍ରହଣ କରିଛି। ଭାରତୀୟ ପାଭିଲିଅନରେ ନାଲ୍କୋ ନୋଡାଲ୍ ଏଜେନ୍ସି ଭାବେ ପ୍ରତିନିଧିତ୍ବ କରୁଛି। ଭାରତର ପାଭିଲିଅନକୁ ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ଅନୀଲ କୁମାର ନାୟକ ଉଦଘାଟନ କରିଥିବାବେଳେ ଏବ˚ ଇଣ୍ତିଆ ଆଟ୍ ଆଇମାର୍କ୍ ୨୦୧୮ େୱବ୍ ପୋର୍ଟାଲ୍କୁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଲୋକାର୍ପିତ କରିଛନ୍ତି। ନାଲ୍କୋ ଏହି ଅବସରରେ ଅନୁଗୁଳ ଆଲୁମିନିୟମ୍ ପାର୍କ ବିଷୟରେ ପ୍ରଦର୍ଶନ କରିଛି । ଭୁବନେଶ୍ବରରେ ଆଗାମୀ ଜାନୁଆରି ୩୦ରେ ହେବାକୁ ଥିବା ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀରେ ଅ˚ଶଗ୍ରହଣ କରିବା ପାଇଁ ବିଶ୍ବ ସ୍ତରୀୟ ଆଲୁମିନିୟମ କଂପାନିଗୁଡ଼ିକୁ ନାଲ୍କୋ ଆମନ୍ତ୍ରଣ କରିଛି।