ଭାରତରେ ମର୍ସିଡିଜ ବେଞ୍ଜ ଲଞ୍ଚ କଲା ଜି-୩୫୦ ଡି

ନୂଆଦିଲ୍ଲୀ:ଜର୍ମାନୀ ଲକଜୁରୀ କାର ନିର୍ମାତା କମ୍ପାନୀ ମର୍ସିଡିଜ ବେଞ୍ଜ, ଭାରତରେ ଲଂଚ କରିଛି ଜି କ୍ଲାସ ଏସୟୁଭି । ଏହାର ଦାମ ରହିଛି ୧କୋଟି ୫୦ଲକ୍ଷ ଟଙ୍କା । ଏହା ୭.୪ ସେକେଣ୍ଡରେ ଶୂନରୁ ୧୦୦କିଲୋମିଟର ଘଣ୍ଟା ପ୍ରତି ବେଗ ଧରିପାରିବ ବୋଲି ଦାବି କରିଛି ମର୍ସିଡିଜ । ଏହାକୁ ଜି କ୍ଲାସର ଆଫର୍ଡେବଲ ଭର୍ସନ ଭାବେ ଲଂଚ କରାଯାଇଛି । ଏଥିରେ ଲାଗିଥିବା ଡିଜେଲ ଇଂଜିନ ଏହାକୁ ଅଧିକ ଶକ୍ତି ଯୋଗାଇଥାଏ । ଏଥିରେ ୨୯୨୫ ସିସି ଇଂଜିନ ଲାଗିଛି ।

ଇନ୍ଧନ କ୍ଷମତାର କଥା କହିବାକୁ ଗଲେ ଏଥିରେ ୭୫ଲିଟର ତୈଳର କ୍ଷମତା ରହିଛି । ଏହାସହ ୩.୦ଲିଟର, ୬ସିଲିଣ୍ଡର ଇଂଜିନ ରହିଛି, ଯାହା ୨୪୮ ବିଏଚପି ପାୱାର ଓ ୬୦୦ ଏନଏମ ଶକ୍ତି ଉତ୍ପନ କରିଥାଏ । ଅଟୋମେଟିକ ୯ସ୍ପିଡ ଟର୍କ କନର୍ଭଟର ବି ଏଥିରେ ଖଞ୍ଜା ଯାଇଛି । ଏହି ଏସୟୁଭସିର ସମସ୍ତ ୪ଟି ଚକକୁ ଶକ୍ତି ଯୋଗାଇବ ଇଂଜିନ ।


ଏଥିରେ ଲାଗିଥିବା ‘୪ମାଟିକ ଅଲ୍ ହ୍ୱିଲ ଡ୍ରାଇଭ ସିଷ୍ଟମ’ ଜରିଆରେ ଚକକୁ ଶକ୍ତି ଯୋଗାଇବ ଇଂଜିନ । ମର୍ସିଡିଜ ଏହା ମଧ୍ୟ ଦାବି କରିଛି ଯେ, ଜି କ୍ଲାସ ଜି ୩୫୦ଡି, ୭.୪ ସେକେଣ୍ଡରେ ଶୂନରୁ ୧୦୦କିଲୋମିଟର ଘଣ୍ଟା ପ୍ରତି ବେଗ ଧରିପାରିବ । ଅପରପକ୍ଷରେ ଏହାର ଟପ୍ ସ୍ପିଡ ୧୯୯ କିଲୋମିଟର ପ୍ରତି ଘଣ୍ଟା ରହିବ ।

ସମ୍ବନ୍ଧିତ ଖବର