ପୁନେ: ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଞ୍ଜ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ ୭,୫୭୩ କାର୍ ବିକ୍ରି କରିଛି। ୨୦୨୧ର ଜାନୁଆରି-ଜୁନ୍ର ୪୮୫୭ଟି ଗାଡ଼ି ବିକ୍ରି ତୁଳନାରେ କଂପାନି ଏଥର ୫୬% ଅଧିକ ଗାଡ଼ି ବିକିଛି। କଂପାନି ଉନ୍ମୋଚନ କରିଥିବା ନୂଆ ସି-କ୍ଲାସ୍, ନୂଆ ଇ-କ୍ଲାସ୍, ନୂଆ ଏସ୍-କ୍ଲାସ୍, ଜିଏଲ୍ଏ, ଜିଏଲ୍ସି ଓ ଜିଏଲ୍ଇ ଏସ୍ୟୁଭି ଯୋଗୁଁ ଗ୍ରାହକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି ହୋଇଥିଲା। କଂପାନିର ଏସ୍ କ୍ଲାସ୍, ମେବ୍ୟାକ୍, ଜିଏଲ୍ଏସ୍ ଓ ଏଏମ୍ଜି ପ୍ରତି ଗ୍ରାହକଙ୍କ ଅଧିକ ଚାହିଦା ରହିଥିଲା। କଂପାନି ପାଇଁ ଏଲ୍ଡବ୍ଲୁବି ଇ-କ୍ଲାସ୍ ସର୍ବାଧିକ ବିକ୍ରି ହୋଇଥିବା ମଡେଲ୍ ଭାବେ ଉଭା ହୋଇଛି। ନୂଆ ସି-କ୍ଲାସ୍ ମଧ୍ୟ ବିକ୍ରି ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି। ଜିଏଲ୍ସି କଂପାନିର ସର୍ବାଧିକ ବିକ୍ରି ହୋଇଥିବା ଏସ୍ୟୁଭି ହୋଇ ରହିଥିବା ବେଳେ ତା’ପଛକୁ ଜିଏଲ୍ଏ ମଡେଲ୍ ରହିଛି। ୨୦୨୨ ଜୁନ୍ ସୁଦ୍ଧା କଂପାନିର ମୋଟ ବରାଦ ୬୦୦୦ ୟୁନିଟ୍ରୁ ଅଧିକ ରହିଛି। କଂପାନିର ଏମ୍ଡି ଓ ସିଇଓ ମାର୍ଟିନ୍ ସ୍ବାଙ୍କ୍ କହିଛନ୍ତି ଯେ ଯୋଗାଣ ଶ୍ୟଙ୍ଖଳ ସମସ୍ୟା, ସ୍ଥାନୀୟ ବଜାରରେ ଆହ୍ବାନ ଓ ବିଶ୍ବସ୍ତରରେ ଘଟୁଥିବା ଘଟଣାର ପ୍ରଭାବ ସତ୍ତ୍ବେ ବିକ୍ରିରେ ହୋଇଥିବା ରେକର୍ଡ ନିଶ୍ଚିତ ରୂପେ ଉତ୍ସାହଜନକ। ମର୍ସିଡିସ୍-ବେଞ୍ଜ୍ ପ୍ରତି ଏଭଳି ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି।
ବିକ୍ରିରେ ମର୍ସିଡିସ୍-ବେଞ୍ଜ୍ର ରେକର୍ଡ
/sambad/media/post_attachments/wp-content/uploads/2018/10/mercedes-benz-g63-amg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)