ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍ ବେଞ୍ଜ୍ ନବରାତ୍ରୀ ଓ ଦଶହରା ଅବସରରେ ୫୫୦ଟି କାର୍ ଗ୍ରାହକଙ୍କୁ ହସ୍ତାନ୍ତର କରିଥିବା ବିଷୟରେ ଘୋଷଣା କରିଛି। ଦୀପାବଳି ଓ ଧନରେତସ୍କୁ ନେଇ କଂପାନି ଅଧିକ ଉତ୍ସାହିତ ରହିଛି। ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ, ମୁମ୍ବାଇ ଓ ଗୁଜରାଟରେ ଅଧିକ କାର୍ ବିକ୍ରି ହୋଇଛି। କେବଳ ଦିଲ୍ଲୀ-ଏନ୍ସିଆର୍ରେ କଂପାନି ୧୭୫ଟି କାର୍ ଡେଲିଭର୍ କରିଛି। କରୋନା ମହାମାରୀକୁ ନେଇ ବଜାରରେ ଆହ୍ବାନପୂର୍ଣ୍ଣ ସ୍ଥିତି ରହିଥିବା ସତ୍ତ୍ବେ ମର୍ସିଡିସ୍-ବେଞ୍ଜ୍ ଅଧିକ ପରିମାଣର କ୍ୟୁ୩ ବିକ୍ରି କରିଛି। ଅନ୍ୟ ଯେଉଁ ମଡେଲ୍ ଚାହିଦାରେ ଥିଲା ତାହା ହେଉଛି ସି-କ୍ଲାସ୍, ଇ-କ୍ଲାସ୍ ଓ ଜିଏଲ୍ସି, ଜିଏଲ୍ଇ ଓ ଜିଏଲ୍ଏସ୍ ଏସ୍ୟୁଭି।