ଭାରତରେ ଲଞ୍ଚ ହେଲା ମର୍ସିଡିଜ୍ ବେଞ୍ଜ୍ ର ନୂଆ କାର ଭି-କ୍ଲାସ୍ ଇଲାଇଟ୍

ମୁମ୍ବାଇ: ଜର୍ମାନୀର ଲକଜୁ୍ୟରିୟସ୍ କାର୍ ନିର୍ମାତା ମର୍ସିଡିଜ୍ ବେଞ୍ଜ୍ ବଜାରକୁ ଆଣିଛି ଏହାର ମଲ୍ଟି ପର୍ପଜ୍ ଭେଇକିଲ୍ ଭି-କ୍ଲାସ୍ ଇଲାଇଟ୍ । ପ୍ରିମିୟମ୍ ଅଟୋମୋବାଇଲ ସେଗମେଂଟରେ ନିଜର କାରଗୁଡିକୁ ଦିନକୁ ଦିନ ଆହୁରି ଅଧିକ ଲୋକପ୍ରିୟ କରିବା ନେଇ ସବୁବେଳେ ପ୍ରୟାସ ଜାରି ରଖିଥାଏ ମର୍ସିଡିଜ୍ । ତେବେ କମ୍ପାନୀର ଏମଡି ତଥା ସିଇଓ ମାର୍ଟିନଙ୍କ ସୂଚନା ମୁତାବକ ମର୍ସିଟିଜର ଏହି କାର୍ ପୂର୍ବରୁ ଲଂଚ ହୋଇଥିବା ଭି-କ୍ଲାସ୍ ଏକ୍ସପ୍ରେସନ୍ ଏବଂ ଭି-କ୍ଲାସ୍ ଏକ୍ସକ୍ଲୁସିଭର ଅପଗ୍ରେଡ୍ ଭର୍ସନ ।

ଏହାର ଏକ୍ସ ସୋ-ରୁମ୍ ଦାମ୍ ପାଖାପାଖି ଏକ କୋଟି ଟଙ୍କା ରହିଛି । ନିଜର ପ୍ରତ୍ୟେକ କାରରେ ଫିଚର୍ସଗୁଡିକୁ ଅପଡେଟ୍ କରି ବଜାରକୁ ଛାଡିଥାଏ ମର୍ସିଡିଜ୍ । ତେବେ ଏହି କାରରେ କଣ ସବୁ ଫିଚର ରହିଛି ଆସନ୍ତୁ ନଜର ପକାଇବା ।

ଏହି କାର୍ ୬ସିଟ୍ ବିଶିଷ୍ଟ ହୋଇଥିବାବେଳେ ସେଂଟ୍ରାଲ୍ କନସୋଲ୍, କ୍ଲାଇମେଟ୍ କଂଟ୍ରୋଲ୍ ସହ ପାନାରୋମିକ୍ ସ୍ଲାଇଡିଙ୍ଗ୍ ରୁଫ ସହ ସ୍ଲାଇଡିଙ୍ଗ୍ ସନରୁଫ୍ ଅପ୍ସନାଲ୍ ରହିଛି | ଇଜି ପ୍ୟାକେ ଟେଲଗେଟ୍ର ସୁବିଧା ସହ ୧୭ଇଂଚର ଆଲଏ ହ୍ୱିଲ୍ ସାଙ୍ଗକୁ ୧୮ଇଂଚର ଆଲଏ ହ୍ୱିଲ ପାଇଁ ଅପ୍ସନ୍ ମଧ୍ୟ ରହିଛି |

ସମ୍ବନ୍ଧିତ ଖବର