ନୂଆଦିଲ୍ଲୀ: ହ୍ବାଟସ୍ଆପ୍ରେ କୌଣସି ମେସେଜ୍କୁ ଥରେ ପଠାଇବା ପରେ ସେଥିରେ ଆଉ କୌଣସି ପରିବର୍ତ୍ତନ କରିହେଉନାହିଁ। ଖୁବ୍ଶୀଘ୍ର ପଠାଯାଇଥିବା ମେସେଜ୍କୁ ଏଡିଟ୍ କରିବା ଲାଗି କଂପାନି ସୁବିଧା ପ୍ରଦାନ କରିବ। ଆଇଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଥିବା ଆଇମେସେଜ୍ ସୁବିଧା ଭଳି ହ୍ବାଟସ୍ଆପ୍ରେ ମଧ୍ୟ ମେସେଜ୍କୁ ଏଡିଟ୍ କରିବା ସୁବିଧା ମିଳିବ। ଆଇମେସେଜ୍ରେ ଏଡିଟ୍ ସୁବିଧା ଆରମ୍ଭ ହେବା ପରେ ହ୍ବାଟସ୍ଆପ୍ ଉପରେ ଚାପ ରହିଥିଲା। ତେବେ ହ୍ବାଟସ୍ଆପ୍ ପକ୍ଷରୁ ଆଣ୍ଡ୍ରଏଡ୍ର ବିଟା ଭର୍ସନରେ ଏଡିଟ୍ ସୁବିଧାର ପରୀକ୍ଷଣ ଆରମ୍ଭ କରାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ବ୍ୟବହାରକାରୀମାନଙ୍କୁ ଏହି ସୁବିଧା ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ପଠାଯାଇଥିବା ମେସେଜ୍କୁ ଏଡିଟ୍ କରିବା ସୁବିଧା କେବଳ ସ୍ବଳ୍ପ କିଛି ସମୟ (୧୫ ମିନିଟ୍) ପାଇଁ ମିଳିବ।
ସେହି ସମୟ ସୀମା ଭିତରେ ହିଁ ତାହାକୁ ଏଡିଟ୍ କରିହେବ। ଏଡିଟ୍ ସୁବିଧା ବ୍ୟତୀତ ଅଜଣା କଲ୍କୁ ସାଇଲେଣ୍ଟ୍ କରିବା ଲାଗି ମଧ୍ୟ ହ୍ବାଟସ୍ଆପ୍ ସୁବିଧା ପ୍ରଦାନ କରିବ। ଏହି ବହୁ ପ୍ରତିକ୍ଷୀତ ସୁବିଧାର ପରୀକ୍ଷଣ ଚାଲିଥିଲା। ହ୍ବାଟସ୍ଆପ୍ ୧୩ ନୂଆ ପ୍ରକାର ସୁବିଧା ପ୍ରଦାନ କରିବା ଉପରେ କାମ କରୁଛି। ଭେରିଫିକେସନ ସ୍ଥିତି, ଅନୁଗାମୀ ସଂଖ୍ୟା, ମ୍ୟୁଟ୍ ନୋଟିଫିକସେନ, ବାସ୍ତବ ଅନୁଗାମୀ ସଂଖ୍ୟା, ସର୍ଟକଟ୍ ଭଳି ବିଭିନ୍ନ ପ୍ରକାର ନୂଆ ସୁବିଧା ଆରମ୍ଭ କରିବାକୁ ହ୍ବାଟସ୍ଆପ୍ ଚାହୁଛି।