ଏବେ ହ୍ଵାଟସ୍‌ଆପ୍‌ରେ ମିଳୁଥିବା ଏହି ସୁବିଧା ମେସେଞ୍ଜରରେ ଉପଲବ୍ଧ କରାଇବ ଫେସ୍‌ବୁକ୍‌

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଏବେ ମେସେଞ୍ଜରରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ହ୍ଵାଟ୍‌ସଆପ୍‌ରେ ଲୋକମାନେ ପାଉଥିବା ସୁବିଧା ଏବେ ମେସେଞ୍ଜରରେ ପାଇ ପାରିବେ ବୋଲି ଜଣା ପଡ଼ିଛି । ଏହି ନୂଆ ଫିଚରକୁ ଫେସ୍‌ବୁକ୍‌ ଖୁବ୍‌ ଶୀଘ୍ର ମେସେଞ୍ଜର ଆପ୍‌ରେ ଉପଲବ୍ଧ କରାଇବ ବୋଲି ଘୋଷଣା କରିଛି । ପୂର୍ବରୁ ହ୍ଵାଟ୍‌ସଆପ୍‌ରେ କୌଣସି ଗୋଟେ ମେସେଜକୁ କୋଟ୍‌ କରି ଲୋକମାନେ ତାହାର ରିପ୍ଲାଏ କରି ପାରୁଥିଲେ ।

The Indian Express

ଏବେ ମେସେଞ୍ଜରରେ ମଧ୍ୟ ଲୋକମାନଙ୍କୁ ସେହି ସୁବିଧା ମିଳିବ । ଏତେ ସବୁ କଥା ମଧ୍ୟରେ ଲୋକମାନେ ସାଙ୍ଗସାଥୀମାନଙ୍କର ଯେଉଁ ପ୍ରଶ୍ନର ଉତ୍ତର ଦେବାକୁ ଚାହିଁବେ, ତାକୁ କୋଟ୍‌ କରି ରିପ୍ଲାଏ କରି ପାରିବେ । ପୂର୍ବରୁ ମେସେଞ୍ଜରରେ ହ୍ଵାଟ୍‌ସଆପ୍‌ର ଅନେକ ଫିଚର ସାମିଲ କରାଯାଇଛି । ଏବେ ମେସେଞ୍ଜରରେ ଏହି ସୁବିଧା ଉପଲବ୍ଧ ହେବା ପରେ ଲୋକମାନଙ୍କୁ ମେସେଞ୍ଜର ଆପ୍‌ରେ ଚାଟ୍‌ କରିବାରେ ସହଜ ଅନୁଭବ ହେବ ।

ସମ୍ବନ୍ଧିତ ଖବର