ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟା ଆଣିବ ପୃଥିବୀର ସବୁଠାରୁ ଦୃତ କମ୍ପ୍ୟୁଟର

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବିଶିଷ୍ଟ ଏକ କମ୍ପ୍ୟୁଟର ତିଆରି କରିଛି । କମ୍ପାନି କହିଛି ଏହା ଦୁନିଆର ସବୁଠାରୁ ଅଧିକ ଦୃତଗତି ବିଶିଷ୍ଟ କମ୍ପ୍ୟୁଟର ହେବ। ଏହି ଦୃତ ଗତି ବିଶିଷ୍ଟ କମ୍ପ୍ୟୁଟର ‘ମେସିନ୍ ଲାର୍ଣ୍ଣିଂ ସିଷ୍ଟମ’କୁ ତାଲିମ ଦେବା ପାଇଁ ତିଆରି କରାଯାଇଛି ।

ସୋମବାର ଦିନ କମ୍ପାନି କହିଛି ଆଜି ଆମେ ଏଆଇ ରିସର୍ଚ୍ଚ-ସୁପରକ୍ଲଷ୍ଟର (ଆରଏସସି) ପ୍ରସ୍ତୁତ କରୁଅଛୁ, ଏହା ଆଜିକାଲି ଚାଲୁଥିବା ସବୁଠାରୁ ଦୃତତମ ସୁପର କମ୍ପ୍ୟୁଟର ମଧ୍ୟରୁ ଗୋଟିଏ ଅଟେ। ୨୦୨୨ର ମଧ୍ୟବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତିଆରି ହୋଇ ସାରିବା ପରେ ଏହା ପୃଥିବୀର ସବୁଠାରୁ ଦୃତତମ କମ୍ପ୍ୟୁଟର ହେବ।

ମେଟା କହିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ଵାରା ବର୍ତ୍ତମାନ ଭାଷାର ଅନୁବାଦ କରାଯାଉଛି। ଏହା ହାନିକାରକ ତଥ୍ୟଗୁଡିକୁ ଚିହ୍ନେଇବାରେ ଲାଭପ୍ରଦ ହେବ । ଏଆଇ ରି ପରବର୍ତ୍ତୀ ପିଢିକୁ ବିକଶିତ କରିବା ପାଇଁ ପ୍ରତି ସେକେଣ୍ଡରେ ‘କ୍ଵିଣ୍ଟିଲିଅନ୍’(ଆମେରିକାରେ ୧ ପରେ ୧୮ଟି ଶୂନକୁ କ୍ଵିଣ୍ଟିଲିଅନ୍ କୁହାଯାଏ) ଅପରେସନ କରିବାକୁ ସକ୍ଷମ ଶକ୍ତିଶାଳୀ ସୁପର କମ୍ପ୍ୟୁଟରର ଆବଶ୍ୟକତା ହେବ। ମେଟାର ଜଣେ ଗବେଷକ କହିଛନ୍ତି, ଆମେ ଆଶା କରୁଛୁ ଯେ ଆରଏସସି ସଂପୂର୍ଣ୍ଣ ଭାବେ ନୂଆ ଏଆଇ ପଦ୍ଧତି ତିଆରି କରିବାରେ ସହାୟକ ହେବ। ଉଦାହରଣସ୍ଵରୂପ, ଏହା ଏକା ଥରେ ଅଧିକ ଲୋକଙ୍କ କଥାକୁ ଅନୁବାଦ କରିପାରିବ ।

କମ୍ପାନି ଅନୁସାରେ ଏହା ନୂତନ ଓ ଉନ୍ନତମାନର ଏଆଇ ମଡେଲ ତିଆରି କରିବାରେ ସହାୟକ ହେବ। ଏହା ବ୍ୟତୀତ ଅନେକ ଭାଷାରେ କାମ କରିବାରେ ସାହାଯ୍ୟ କରିବ। ଆରଏସସି ସହିତ କରାଯାଇଥିବା କାର୍ଯ୍ୟ ଆଗାମୀ ପ୍ରମୁଖ କମ୍ପ୍ୟୁଟରିଂ ପ୍ଲାଟଫର୍ମ ‘ମେଟାଭର୍ସ’ ପାଇଁ ପ୍ରଯୁକ୍ତିବିଦ୍ୟାର ଦ୍ଵାର ଖୋଲିବାରେ ସହାୟକ ହେବ। ଯେଉଁଠାରେ ଏଆଇ ପରିଚାଳିତ ଆପ୍ଲିକେଶନ ଓ ଉତ୍ପାଦନ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ସମ୍ବନ୍ଧିତ ଖବର