ଚଳିତ ସପ୍ତାହରେ ବ୍ୟାପକ ଛଟେଇ ପାଇଁ ପ୍ରସ୍ତୁତି କରୁଛି ‘ମେଟା’: ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ବ୍ୟାପକ କର୍ମଚାରୀ ଛଟେଇ ନିମନ୍ତେ ‘ମେଟା ପ୍ଲାଟ୍‌ଫର୍ମସ୍‌ ଇନ୍‌କର୍ପୋରେଟେଡ୍‌’ ଯୋଜନା କରୁଥିବା କଥା ରବିବାର ଦିନ ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ଛଟେଇ ସଂକ୍ରାନ୍ତରେ ଅବଗତ ଥିବାସୂତ୍ରରୁ ଉଦ୍ଧାର କରି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ଆହୁରି ମଧ୍ୟ ଲେଖିଛି ଯେ, ବୁଧବାର ଦିନ ଏ ସଂକ୍ରାନ୍ତରେ ଘୋଷଣା କରାଯାଇ ପାରେ ଏବଂ ଏଥିଯୋଗୁଁ ହଜାର ହଜାର କର୍ମଚାରୀ ପ୍ରଭାବିତ ହେବେ।

କିନ୍ତୁ, ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ ସଂକ୍ରାନ୍ତରେ ‘ମେଟା’ କ‌ୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି।

Image Courtesy of Reuters

କମ୍‌ ରାଜସ୍ବ ଆସିବ ବୋଲି ‘ଫେସ୍‌ବୁକ୍‌’କୁ ନିୟନ୍ତ୍ରଣ କରୁଥିବା ‘ମେଟା’ ଅକ୍ଟୋବର ମାସରେ ପୂର୍ବାନୁମାନ କରିଥିଲା। ଏହାଛଡ଼ା ଆସନ୍ତାବର୍ଷ ‘ମେଟା’ ଷ୍ଟକ୍‌ ମାର୍କେଟ୍‌ ଭେଲ୍ୟୁ ମଧ୍ୟ ହ୍ରାସ ପାଇବ ବୋଲି କମ୍ପାନି କହିଥିଲା। ଏହାଛଡ଼ା, ଚଳିତ ବର୍ଷ କମ୍ପାନି ସେୟାର୍‌ର ମାର୍କେଟ୍‌ ଭେଲ୍ୟୁ ଅଧ ଟ୍ରିଲିୟନ୍‌ ଡଲାର୍‌ରୁ କ୍ଷତି ହୋଇଥିବା କଥା ମଧ୍ୟ ‘ମେଟା’ ସୂଚନା ଦେଇଥିଲା।

ମନ୍ଥର ହୋଇ ଆସୁଥିବା ବୈଶ୍ବିକ ଅର୍ଥନୈତିକ ଅଭିବୃଦ୍ଧି, ‘ଟିକ୍‌ ଟିକ୍‌’ ସହିତ ପ୍ରତିଦ୍ବନ୍ଦ୍ବିତା, ‘ଆପ୍ଲ୍‌’ରୁ ପ୍ରାଇଭେସି ଚାର୍ଜ ଯୋଗୁଁ ‘ମେଟା’ର ପରିସ୍ଥିତି ନିମ୍ନଗାମୀ ହେଉଛି।

ଚିଫ୍ ଏକ୍ଜିକ୍ୟୁଟିଭ୍‌ ମାର୍କ ଜୁକର୍‌ବର୍ଗ କହିଛନ୍ତି, ‘ମେଟାଭର୍ସ’ରେ କରାଯାଇଥିବା ବିନିଯୋଗ ପ୍ରାୟ ଏକ ଦଶନ୍ଧି ପରେ ଆୟ କରିବ ବୋଲି ମୋର ଆଶା। ସେଥିପାଇଁ ତାଙ୍କୁ ନିଯୁକ୍ତି ସ୍ଥଗିତ କରିବା, ପ୍ରକଳ୍ପ ବନ୍ଦ କରିବା ସହିତ ବ୍ୟୟ ହ୍ରାସ ନିମନ୍ତେ ଟିମ୍‌ଗୁଡ଼ିକର ପୁନର୍ବିନ୍ୟିାସ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର