ପେଟ୍ରୋ ରସାୟନ ନିବେର୍ଶକଙ୍କ ସମ୍ମିଳନୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଏକ ପ୍ରଦର୍ଶନୀ। ପ୍ରଦର୍ଶନୀରେ ପେଟ୍ରୋ ରସାୟନ କ୍ଷେତ୍ରର ଶିଳ୍ପ, ଆର୍ଥିକ ପ୍ରତିଷ୍ଠାନ ଏବଂ ଭିତ୍ତିଭୂମି ଯୋଗାଣକାରୀ ସଂସ୍ଥା, କଞ୍ଚାମାଲ ପ୍ରଦାନକାରୀ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କ ଷ୍ଟଲ ଖୋଲିଥିଲେ। ସେମାନେ ପ୍ରଦାନ କରୁଥିବା ବିଭିନ୍ନ ସେବା ଏବଂ ଉତ୍ପାଦ ସମ୍ପର୍କରେ ଦର୍ଶକମାନଙ୍କୁ ଅବଗତ କରାଇଥିଲେ। ଦର୍ଶକମାନେ ଷ୍ଟଲ ଗୁଡ଼ିକରେ ଭିଡ଼ ଲଗାଇଥିଲେ। ଅଧିକାଂଶ ଷ୍ଟଲ ଗ୍ରାହକଙ୍କ ମନ ମୋହିଥିଲା। ଏହି ପ୍ରଦର୍ଶନୀରେ ଆଇଓସିଏଲ୍-ପିଏଡିସି, ଓଏନ୍ଜିସି ପେଟ୍ରୋ ଆଡିସନ୍ସ ଲିମିଟେଡ୍, ବ୍ରହ୍ମପୁତ୍ର କ୍ରାକର ଆଣ୍ଡ ପଲିମର ଲିମିଟେଡ ଭଳି କଞ୍ଚମାଲ ଓ ପ୍ରଯୁକ୍ତି ପରାମର୍ଶ ପ୍ରଦାନକାରୀ କମ୍ପାନି ଭାଗ ନେଇଥିଲେ। ସେହିଭଳି ଇଡ୍କୋ ଭଳି ଭିତ୍ତିଭୂମି ପ୍ରଦାନକାରୀ ସଂସ୍ଥା ସହିତ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଟାଟା ଭଳି ଆର୍ଥିକ ପ୍ରତିଷ୍ଠାନ ସେମାନଙ୍କ ଷ୍ଟଲ ଖୋଲି ଲୋକଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରୁଥିଲେ। ଏତଦ୍ବ୍ୟତୀତ ଇଲେକ୍ଟ୍ରିକ୍ କାର ନିର୍ମାଣ ଯୋଜନା ଚଳାଇଥିବା ଷ୍ଟାର୍ଟଅପ୍ ଉଦ୍ୟୋଗ ଆସ୍ପେନ୍ ବାଓ୍ଵର ଏବଂ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ପାଇଁ ୩ଡି ଛବି ସେବା ଯୋଗାଇ ଦେଉଥିବା କମ୍ପାନି ଇମାଜିନେରିଅମ୍ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର, ୧୬/୧୧ (ଇମିସ): ପୂର୍ବ ଭାରତରେ ଥିବା ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ନିଜସ୍ୱ ବୟନ ନୀତି ଘୋଷଣା କରିବା ଦରକାର ବୋଲି ଓ୍ଵଜିର୍ ଆଡଭାଇଜର୍ସର ଯୁଗ୍ମ ପରିଚାଳନା ନିର୍ଦେଶକ ପ୍ରଶାନ୍ତ ଅଗ୍ରଓ୍ଵାଲ୍ କହିଛନ୍ତି। ଏହି ସବୁ ରାଜ୍ୟଗୁଡ଼ିକରେ ବୟନ ଏବଂ ପୋଷାକ ଶିଳ୍ପ ପାଇଁ ବିଶେଷ ସୁଯୋଗ ରହିଛି ବୋଲି ସେ ଉଦାହରଣ ଦେଇ କହିଛନ୍ତି। ପୂର୍ବ ଭାରତକୁ ବାଲାଂଦେଶ ସହିତ ତୁଳନା କରି ସେ କହିଛନ୍ତି ଯେ ଭାରତର ଏହି ଅଞ୍ଚଳରେ ୩୦-୩୫ କୋଟି ପାଖାପାଖି ଲୋକ ରହୁଛନ୍ତି ଏବଂ ଏହି ଅଞ୍ଚଳର ଭୂଖଣ୍ଡ ମିଆଁମାର ସହିତ ସମାନ। ବାଲାଂଦେଶ ୩୨ ବିଲିଅନ ଡଲାର ରପ୍ତାନି କରୁଥିବା ବେଳେ ସମଗ୍ର ପୂର୍ବ ଭାରତ ମିଶି ଏକ ବିଲିଅନ୍ ଡଲାର ପାଖାପାଖି ନିବେଶ କରିପାରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଂଲାଦେଶ ଯଦି ବୟନ ଶିଳ୍ପରେ ଏତେ ବଡ଼ ସଫଳତା ପାଇପାରିଛି, ତେବେ ପୂର୍ବ ଭାରତ ରାଜ୍ୟଗୁଡ଼ିକ କାହିଁକି ତାହା କରିପାରିବେନି ବୋଲି ସେ ପ୍ରଶ୍ନ କରିଛନ୍ତି। ବୟନ ଏବଂ ପୋଷାକ ଶିଳ୍ପ ବିଷୟରେ କିଛି ତଥ୍ୟ ପ୍ରଦାନ କରି ଶ୍ରୀ ଅଗ୍ରଓ୍ଵାଲ୍ କହିଛନ୍ତି ଯେ, ୨୦୧୬ରେ ଭାରତର ବୟନ ଏବଂ ପୋଷାକ ଶିଳ୍ପର ପରିମାଣ ୧୨୨ ବିଲିଅନ ଡଲାର ଥିଲା। ସେଥତ ମଧ୍ୟଣୁ ସ୍ଥାନୀୟ ବଜାର ପରିମାଣ ୮୫ ବିଲିଅନ ଡଳାର ହୋଇଥିବା ବେଳେ ରପ୍ତାନି ବଜାର ପରିମାଣ ହେଉଛି ୩୭ ବିଲିଅନ ଡଲାର। ୨୦୨୦ ସୁଦ୍ଧା ଦେଶର ବୟନ ଏବଂ ପୋଷାକ ଶିଳ୍ପ ପରିମାଣ ତିନି ଗୁଣା ବୃଦ୍ଧି ପାଇ ୪୦୦ ବିଲିଅନ ଡଲାରରେ ପହଞ୍ଚିବ ବୋଲି ସେ କହିଛନ୍ତି। ଭାରତରେ ବିକ୍ରି ମୋଟ ବୟନ ସାମଗ୍ରୀରେ ଫେସନ ପୋଷାକର ଅବଦାନ ୩୫% ରହିଛି।