ନୂଆଦିଲ୍ଲୀ: ବ୍ରିଟିସ କାର୍ ନିର୍ମାତା ଏମ୍ଜି (ମୋରିସ୍ ଗ୍ୟାରେଜ୍ସ) ମୋଟର ଭାରତରେ ପୂର୍ବରୁ କେବେ ପ୍ରଦର୍ଶିତ ହୋଇ ନଥିବା କାରର ପ୍ରଦର୍ଶନ କରିଛି। ଆଇସ୍ମାର୍ଟ ନେକ୍ସଟ ଜେନେରେସନ ପ୍ରଯୁକ୍ତିରେ ପ୍ରସ୍ତୁତ ଏହି କାର୍କୁ ଇଣ୍ଟରନେଟ୍ କାର କୁହାଯାଉଛି। ଏହା ହେବ ଭାରତର ପ୍ରଥମ ଇଣ୍ଟରନେଟ୍ କାର। ଆସନ୍ତା ଜୁନରେ ହେକ୍ଟର ନାମରେ ଆସିବାକୁ ଥିବା ଏହି ଏସୟୁଭିକୁ ମାଇକ୍ରୋସଫ୍ଟ, ଏଡୋବ, ଅନଲିମିଟ୍, ଏସଏପି, ସିସକୋ, ଗାନା, ଟମଟମ ଏବଂ ନୁଆନ୍ସ ଆଦି କମ୍ପାନିଙ୍କ ପ୍ରଯୁକ୍ତି ସହଯୋଗିତାରେ ନିର୍ମାଣ କରାଯାଇଛି। ଆଇସ୍ମାର୍ଟ ନେକ୍ସଟ ଜେନ୍କୁ କାରର ମସ୍ତିଷ୍କ କୁହାଯାଉଛି। ୧୦.୪ ଇଞ୍ଚର ହେଡ୍ ୟୁନିଟରେ ଏହା ରହିବ। ଫଳରେ ଡ୍ରାଇଭର କାରଟିକୁ ସମ୍ପୂର୍ଣ୍ଣ ଭାବେ ଡ୍ରାଇଭର ନିଜ ନିୟନ୍ତ୍ରଣରେ ରଖିପାରିବେ। କେବଳ ଟଚ୍ ଏବଂ ଭଏସ୍ କମାଣ୍ଡରେ ଏହାକୁ ପରିଚାଳିତ କରିବେ। ଉକ୍ତ ପ୍ରଯୁକ୍ତିରେ ଏମ୨ଏମ ସିମ୍ ରହିବ। ଅର୍ଥାତ୍ କାରଟି ଭିତରେ ଏବଂ ବାହାରେ ଥିବା ଅନ୍ୟ ସିମ୍ ସହିତ ଯୋଗାଯୋଗ କରିପାରିବ। ଭାରତରେ ଏମଜି ଓଭର ଦି ଏୟାର (ଓଟିଏ) ପ୍ରଯୁକ୍ତି କାରରେ ଉପଲବ୍ଧ କରାଇ ଏକ ନୂଆ ବିପ୍ଳବ ଆଣିବ। ଏସୟୁଭିରେ ଉପଲବ୍ଧ ହେବାକୁ ଥିବା ଭଏସ ଆସିଷ୍ଟ ଦ୍ବାରା ୧୦୦ରୁ ଅଧିକ କମାଣ୍ଡ କାର୍ଯ୍ୟକାରୀ କରାଯାଇପାରିବ। ସେଗୁଡ଼ିକ ମଧ୍ୟରେ ୱିଣ୍ଡୋ ଏବଂ ସନରୁଫ୍କୁ ଖୋଲିବା ଏବଂ ବନ୍ଦ କରିବା, ଏସିକୁ ନିୟନ୍ତ୍ରଣ କରିବା , ନାଭିଗେସନ ଆଦି ରହିଛି।
ଏମ୍ଜି ଆଣିବ ପ୍ରଥମ ଇଣ୍ଟରନେଟ୍ କାର୍
/sambad/media/post_attachments/wp-content/uploads/2019/04/internet-car.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)