କେରଳରେ ଏମ୍‌ଜି ଜର୍ଜ ମୁଥୂଟ କ୍ୟାନସର୍‌ ସେଣ୍ଟର୍‌

ଭୁବନେଶ୍ବର: ମୁଥୂଟ୍‌ ଗ୍ରୁପ୍‌ ଅଫ୍‌ କଂପାନି ଏହାର ଅଧ୍ୟକ୍ଷ ଏମ୍‌ ଜି ଜର୍ଜ ମୁଥୂଟ୍‌ (୧୯୪୯-୨୦୨୧)ଙ୍କ ସ୍ମୃତିରେ କେରଳର କାଝେନଚେରିରେ ଏକ କ୍ୟା‌ନସର୍ ସେଣ୍ଟର ଆରମ୍ଭ କରିଛି। ସେଠାରେ ସମାଜର ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକମାନଙ୍କ ଚିକିତ୍ସା କରାଯିବ। ଏହା ସହିତ ପଥାନାମଥିଟ୍ଟାରେ ସ୍ଥାପନ କରାଯାଇଥିବା ଦ୍ବିତୀୟ ହସ୍ପିଟାଲ୍‌ରେ ଦୁର୍ବଳ ଓ ଦରିଦ୍ର ଲୋକମାନଙ୍କ ହୃଦରୋଗ ଚିକିତ୍ସା କରାଯିବ। www.MGGeorgeMuthoot.comରୁ ଏସଂକ୍ରାନ୍ତରେ ଅଧିକ ବିବରଣୀ ମିଳିପାରିବ। କଂପାନି ତରଫରୁ ଶ୍ରୀ ଜର୍ଜଙ୍କ ସ୍ମରଣରେ କାଝେନ‌ଚେରିଠାରେ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।

ଏମ୍‌ ଜି ଜର୍ଜ ମୁଥୂଟ୍‌ ୧୯୯୩ରେ କଂପାନିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ନେତୃତ୍ବରେ ମୁଥୂଟ୍‌ ଫାଇନାନ୍ସ ସୁନା ଋଣ କ୍ଷେତ୍ରର ଏକ ଅଗ୍ରଣୀ ସଂସ୍ଥାରେ ପରିଣତ ହୋଇଛି। କେବଳ ଭାରତ ନୁହେଁ ତାଙ୍କ ପ୍ରଚେଷ୍ଟାରେ କଂପାନି ଆମେରିକା, ବ୍ରିଟେନ୍, କୋଷ୍ଟାରିକା, ୟୁଏଇ, ଶ୍ରୀଲଙ୍କା ଓ ନେପାଳରେ ଏହାର ଉପସ୍ଥିତି ଜାହିର କରିପାରିଛି। ମୁଥୂଟ୍ ଗ୍ରୁପ୍‌ର ସାରା ଦେଶରେ ୫୩୦୦ରୁ ଅଧିକ ଶାଖା ଓ ୨୦ ପ୍ରକାର ଭିନ୍ନ ଡିଭିଜନ୍ ରହିଛି।

ସମ୍ବନ୍ଧିତ ଖବର