ଏମ୍‌ଜି ‘ହେକ୍ଟର’ ଦାମ୍ ୧୨.୧୮ ଲକ୍ଷ

ଭୁବନେଶ୍ୱର: ଏମ୍‌ଜି ମୋଟର୍ସ ପକ୍ଷରୁ ଭାରତରେ ଏହାର ନୂତନ ଏସ୍‌ୟୁଭି ହେକ୍ଟରକୁ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ୧୨ ଲକ୍ଷ ୧୮ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ହେଉଛି ଭାରତର ପ୍ରଥମ ଇଣ୍ଟରନେଟ କାର୍ ଓ ଏହା ଉପରେ ଅସିମୀତ କିଲୋମିଟର ପାଇଁ ଗ୍ରାହକମାନଙ୍କୁ ମାଗଣା ୫ ବର୍ଷର ମାନୁଫ୍ୟାକ୍ଚରିଂ ୱାରେଣ୍ଟି ପ୍ରଦାନ କରାଯାଉଛି। କଂପାନି ଗ୍ରାହକମାନଙ୍କୁ ପ୍ରିପେଡ୍‌ ରକ୍ଷଣା‌ବେକ୍ଷଣ ପ୍ଲାନ୍ ପ୍ରଦାନ କରୁଛି, ଯାହାକୁ ଗ୍ରାହକମାନେ ପ୍ରଥମ ତିନି ବର୍ଷ ପାଇଁ ମାତ୍ର ୮୦୦୦ ଟଙ୍କାରେ ପାଇବେ। ଗତ ଜୁନ୍ ୪ରୁ ବର୍ତ୍ତମାନ ସୁଦ୍ଧା ହେକ୍ଟର ପାଇଁ ୧୦ ହଜାରରୁ ଅଧିକ ବୁକିଙ୍ଗ ଆସିଛି। ଗ୍ରାହକମାନେ ଏହାକୁ ଜୁଲାଇ ପ୍ରଥମ ସପ୍ତାହରୁ ପାଇବେ। ଏହା ପେଟ୍ରୋଲ୍, ଡିଜେଲ୍ ଓ ହାଇବ୍ରିଡ୍ ବିକଳ୍ପରେ ଉପଲବ୍ଧ ହେଉଛି। ଏହି ଗାଡ଼ି ଭିନ୍ନ କିଛି ଚାହୁଥିବା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି କଂପାନିର ସଭାପତି ଓ ଏମ୍‌ଡି ରାଜୀବ ଛାବା କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୦ କେନ୍ଦ୍ର ଜରିଆରେ କଂପାନି ହେକ୍ଟରକୁ ବିକ୍ରି କରିବ। ଏହି ନେଟୱର୍କକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୨୫୦ରେ ପହଂଚାଇବାକୁ କଂପାନି ଲକ୍ଷ୍ୟ ରଖିଛି। ନୂଆ ହେକ୍ଟର ଚାରିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର