ଭୁବନେଶ୍ବର: କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡକୁ ସଳଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଓଡ଼ିଶାକୁ ମିଳୁଥିବା ପାଣ୍ଠି ଲଗାତାର ଭାବେ କମିବାରେ ଲାଗିଛି। କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାସୱାନ ସଂସଦରେ ଦେଇଥିବା ତଥ୍ୟ ଅନୁସାରେ ୨୦୨୦-୨୧ରେ ଓଡ଼ିଶାକୁ ଏହି ଯୋଜନାରେ ୫୨୨୪.୦୩ କୋଟି ଟଙ୍କା ମିଳିଥିଲା। ୨୦୨୧-୨୨ରେ ତାହା ୫୬୮୭.୨୮ କୋଟି ଟଙ୍କାକୁ ବଢ଼ିଥିଲା। କିନ୍ତୁ ପରବର୍ତ୍ତୀ ତିନି ବର୍ଷରେ ସେହି ପାଣ୍ଠି କମିଥିଲା। ୨୦୨୪-୨୫ରେ ମନରେଗା ପାଇଁ ଓଡ଼ିଶାକୁ ୩୭୬୩.୮୦ କୋଟି ଟଙ୍କା ମିଳିଥିଲା।
Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ
କେନ୍ଦ୍ରୀୟ ଯୋଜନାଗୁଡ଼ିକରେ ଓଡ଼ିଶାକୁ କେଉଁ ଯୋଜନା ଅଧୀନରେ ଗତ ପାଞ୍ଚଟି ଆର୍ଥିକ ବର୍ଷରେ କେତେ ପାଣ୍ଠି ଦିଆଯାଇଛି ତାହାର ସେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେଥିରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ଓଡ଼ିଶାକୁ ୨୦୨୩-୨୪ରେ ୧୨୬୨.୫୫ କୋଟି ଟଙ୍କା ମିଳିଥିଲା। ୨୦୨୪-୨୫ରେ ପାଣ୍ଠି ପରିମାଣ ୭୧୨.୩୯ କୋଟି ଟଙ୍କାକୁ ଖସିଆସିଥଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୨୦୨୩-୨୪ରେ ରାଜ୍ୟକୁ ୪୩୧୦.୭୦ କୋଟି ଟଙ୍କା ଦିଆଯାଇଥିଲା। ୨୦୨୪-୨୫ରେ ସେବାବଦରେ କେନ୍ଦ୍ରରୁ ମାତ୍ର ୮୨୫.୦୪ କୋଟି ଟଙ୍କା ମିଳିଥିଲା।
Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!
ଅନ୍ୟ କେନ୍ଦ୍ରୀୟ କାର୍ଯ୍ୟକ୍ରମ ମଧ୍ୟରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୩-୨୪ ଓ ୨୦୨୪-୨୫ରେ ଓଡ଼ିଶାକୁ ଯଥାକ୍ରମେ ୬୭୮.୬୯ କୋଟି ଟଙ୍କା ଓ ୫୭୬.୧୨ କୋଟି ଟଙ୍କା ମିଳିଥିଲା। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୨୦୨୩-୨୪ରେ ଓଡ଼ିଶାକୁ ମିଳିଥିଲା ୩୬.୦୮ କୋଟି ଟଙ୍କା। କିନ୍ତୁ ୨୦୨୪-୨୫ରେ ଏହି ଯୋଜନାରେ ରାଜ୍ୟକୁ ଟଙ୍କାଟିଏ ବି ମିଳିନାହିଁ। ଅନ୍ୟ ଦୁଇ ଯୋଜନା ଆର୍ଏସ୍ଇଟିଆଇ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଓଡ଼ିଶାକୁ ୨୦୨୪-୨୫ରେ ଯଥାକ୍ରମେ ୨୦.୦୩ କୋଟି ଟଙ୍କା ଓ ୫୪୯.୫୪ କୋଟି ଟଙ୍କା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/manrega-2025-12-08-01-40-44.jpg)