ଅଗଷ୍ଟ ୮ରେ ଭାରତରେ ଲଞ୍ଚ୍‌ ହେବ ସାଓମୀର ନୂଆ ସ୍ମାର୍ଟଫୋନ ଏମଆଇ ଏ୨

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୮ ତାରିଖରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ବଜାରକୁ ଛାଡ଼ିବ । ଏହା କେବଳ ସାଓମୀର ନିଜସ୍ୱ ପୋର୍ଟାଲ ଓ ଆମାଜନରେ ଉପଲବ୍ଧ ହେବ । ଅନ୍ତର୍ଜାତୀୟ ସ୍ତରରେ ଏହା ଇତି ମଧ୍ୟରେ ଲଞ୍ଚ ହୋଇସାରିଛି । ସ୍ପେନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହାକୁ ଲଞ୍ଚ କରାଯାଇଥିଲା । ପୂର୍ବରୁ ହିଁ ଏହା ଚୀନ ବଜାରରେ ଲଞ୍ଚ ହୋଇଥିଲା । ଏବେ ଚୀନରେ ଏହାର ରିବ୍ରାଣ୍ଡେଡ ଭର୍ସନ ଏମଆଇ୬ଏକ୍ସ ଲଞ୍ଚ ହୋଇଛି । ଏହି ନୂଆ ସ୍ମାର୍ଟଫୋନଟି ଆଣ୍ଡ୍ରଏଡ ୮.୧ ଓରିଓ ଦ୍ୱାରା ପରିଚାଳିତ । ଭାରତରେ ଏହାର କେବଳ ୪ ଜିବି ଓ ୬୪ ଜିବି ଭାରିଆଣ୍ଟରେ ଉପଲବ୍ଧ ହେବ । ଏହା ମଧ୍ୟ ଡୁଆଲ ରିଅର କ୍ୟାମେରା ସହ ଆସିବ । ଏହା ୪ଟି କଲର ରୋଜ ଗୋଲ୍ଡ, ବ୍ଲୁ, ବ୍ଲାକ ଓ ଗୋଲ୍ଡ ରେ ଉପଲବ୍ଧ ହେବ । ଅଗଷ୍ଟ୮ରେ ଏହା ଲଞ୍ଚ ହେଲେ ମଧ୍ୟରେ ଏହାର ଡେଲିଭରୀ ଆରମ୍ଭ ହେଉ ହେଉ ଏକ ସପ୍ତାହ ଲାଗିଯିବ । ଭାରତରେ ଏହାର ମୂଲ୍ୟ ୨୦ ହଜାର ଟଙ୍କା ବା ତା ଠାରୁ କିଛିଟା କମ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର