ନୂଆଦିଲ୍ଲୀ : ଭାରତୀୟ ମୋବାଇଲ୍ ବଜାରରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଚାଇନିଜ ମୋବାଇଲ୍ କମ୍ପାନୀ ସାଓମି ପ୍ରଥମ ଥର ପାଇଁ ଏମ୍ଆଇ କ୍ରେଡ଼ିଟ ସର୍ଭିସ ଆରମ୍ଭ କରିବା ପାଇଁ ଯାଉଛି। ଏହା ଦ୍ୱାରା ଗ୍ରାହକ କେବଳ ୧୦ ମିନିଟ ମଧ୍ୟରେ ୧ ଲକ୍ଷ ଟଙ୍କାର ଋଣ ନେଇ ପାରିବେ । ଏହା ଜରୁରୀକାଳିନ ପରିସ୍ଥିତିରେ ଶୀଘ୍ର ଅର୍ଥ ଆବଶ୍ୟକ କରୁଥିବା ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ଏଥି ନିମନ୍ତେ ସାଓମି ଲୋନ ବ୍ୟାଙ୍କ୍ କ୍ରେଡ଼ିଟ୍ବି ସହିତ ହାତ ମିଳାଇଥିବା ଜଣାପଡ଼ିଛି।
NDTV Gadgetsଏହି ଋଣ ଦ୍ୱାରା ସାଓମିର ଏମ୍ଆଇୟୁଆଇ ଆପ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧ ହଜାର ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା ଉଠାଇପାରିବେ । ଏମ୍ଆଇର ମୋବାଇଲ୍ ଫୋନ୍ଗୁଡ଼ିକରେ ଏମ୍ଆଇୟୁଆଇର ଆପ୍ ରହିଛି। ଅର୍ଥାତ୍ ଯଦି ଆପଣ ଏମ୍ଆଇ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଖରେ ଟଙ୍କାର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆବଶ୍ୟକତା ସମୟରେ ଆପଣ ୧୦ ମିନିଟ୍ ମଧ୍ୟରେ ଟଙ୍କା ପାଇ ପାରିବେ । ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ଆପଣଙ୍କୁ ଏମ୍ଆଇୟୁଆଇ ଆପ୍ରେ ମିଳିଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/xiaomi__reuters_1527142802957.jpg)