ନୂଆଦିଲ୍ଲୀ: ଭାରତରେ ରେଡମି କମ୍ପାନୀ ନାମରେ ନିଜର ମୋବାଇଲ ବ୍ୟବସାୟ କରୁଥିବା ଚୀନ କମ୍ପାନୀ ସାଓମି ଭାରତରେ ଏକ ନୂଆ ଉତ୍ପାଦକୁ ଲଞ୍ଚ କରିଛି | ସାଓମି ଏଲଇଡ଼ି ଡେସ୍କ ଲ୍ୟାମ୍ପ ଲଞ୍ଚ କରାଯାଇଛି | ଏହାର ମୂଲ୍ୟ ୧୯୯୯ ଟଙ୍କା ରଖାଯାଇଛି | ଜାଣନ୍ତୁ ଏହି ଡେସ୍କ ଲ୍ୟାମ୍ପରେ କଣ ସବୁ ଫିଚର ଦିଆଯାଇଛି |
-ଏହି ଲ୍ୟାମ୍ପରେ ଗୁଗୁଲ ଭଏସ ଆସିଷ୍ଟାଣ୍ଟ, ଆମଜନ ଆଲେକ୍ସା,ଏପଲ ହୋମ କିଟର ସପୋର୍ଟ ଦିଆଯାଇଛି | ଅର୍ଥାତ ଏହି ତିନିଟି ଆପ ଆପଣ ଚାହିଁଲେ ଲାଇଟକୁ ଅପରେଟ କରିପାରିବେ |
-ଏହି ଲ୍ୟାମ୍ପରେ ଫୋଲଡିଙ୍ଗ ଅପସନ ଦିଆଯାଇଛି ଅର୍ଥାତ ଆପଣ ଏହାକୁ ଫୋଲଡ଼ କରି ଯେ କୌଣସି ସ୍ଥାନକୁ ନେଇପାରିବେ |
-ଏଥିରେ ଆପଣଙ୍କୁ ବ୍ରାଇଟନେସ ଆଡ଼ଜଷ୍ଟମେଣ୍ଟର ଅପସନ ମିଳିବ | ଅର୍ଥାତ ଆପଣ ଚାହିଁଲେ ଯେତିକି ଆଲୋକ ଆବଶ୍ୟକ ସେତିକି ହିଁ ରଖିପାରିବେ | ତେବେ ଏହି ଲାଇଟ ପାଇଁ କୌଣସି ବ୍ୟାଟେରୀ ଅପସନ ଦିଆଯାଇନାହିଁ |
-ପିସି ମୋଡ଼, ରିଡିଂ ମୋଡ଼, ଓ ଚାଇଲଡ ମୋଡ଼ ଭଳି ତିନିଟି ମୋଡ଼ ଏଥିରେ ଉପଲବ୍ଧ ଅଛି | ପିସି ମୋଡ଼ରେ ଏହା ଆଖି ଉପରେ ଚାପ ପକାଇନଥାଏ |
ଆସନ୍ତା ଡିସେମ୍ବର ୧୬ ତାରିଖରୁ ଏହି ଲାଇଟ ବିକ୍ରି କରାଯିବ |