୧୨୧ କୋଟିରେ ନିଲାମ ହେଲା ଏହି ୧୯ ବର୍ଷ ପୁରୁଣା କାର

ଜେନିଭା : ବିଶ୍ବର ସର୍ବାକାଳୀନ ଶ୍ରେଷ୍ଠ ଫର୍ମୁଲା-୧ ରେସର ଭାବେ ପରିଚିତ ଜର୍ମାନୀର ମାଇକେଲ ସୁମାକରଙ୍କ ଫେରାରି କାର୍ ନିଲାମ ହୋଇଛି । ଏହି କାରରେ ସେ ୨୦୦୩ରେ ବିଶ୍ବ ଚାମ୍ପିଅନସିପ୍ ଜିତିଥିଲେ ।

ଜେନିଭାଠାରେ ବୁଧବାରଦିନ ହୋଇଥିବା ନିଲାମରେ ଏହି ଫେରାରି କାରଟି ୧୩.୨ ନିୟୁତ ଡଲାରରେ ନିଲାମ ହୋଇଥିଲା । କିନ୍ତୁ ଟିକସ ଓ ଅନ୍ୟାନ୍ୟ ଦେୟକୁ ମିଶାଇଲେ କାରଟି ମୋଟ ୧୪.୬ ନିୟୁତ ଡଲାରରେ ନିଲାମ ହୋଇଛି । ଭାରତୀୟ ମୁଦ୍ରାରେ ୧୪.୬ ନିୟୁତ ଡଲାରର ମୂଲ୍ୟ ପ୍ରାୟ ୧୨୧ କୋଟି ଟଙ୍କା ହେବ ।

ପୂର୍ବରୁ ୨୦୧୭ରେ ଫେରାରିର ଏକ ଏଫ-୨୦୦୧ ମଡେଲ ୭.୫ ନିୟୁତ ଡଲାରରେ ନିଲାମ ହୋଇଥିଲା । ସେତେବେଳେ ତାହା ଏକ ରେକର୍ଡ ଥିଲା । କିନ୍ତୁ ଗତ କାଲି (ବୁଧବାର) ହୋଇଥିବା ନିଲାମ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି ।

ପୁଣି ଆଶ୍ଚର୍ଯ୍ୟର କଥା ହେଉଛି ଏହି କାରକୁ ଯିଏ ନିଲାମରେ କିଣିଛନ୍ତି , ତାଙ୍କ ନାମ କେହିଁ ଜାଣିନାହାନ୍ତି, ସେ କିଏ କେହି ଜାଣିନାହାନ୍ତି । ସେ ଏକ ଫୋନ ମାଧ୍ୟମରେ ନିଜ ନାମ ଗୋପନ ରଖି ନିଲାମରେ ଭାଗ ନେଇଥିଲେ । ନିଲାମ ଆରମ୍ଭ ହେବା ପୂର୍ବରୁ ଏହି କାରଟି ୯.୫ ନିୟୁତ ଡଲାରରେ ବିକ୍ରି ହେବ ବୋଲି ନିଲାମ କମ୍ପାନି ଅନୁମାନ ଲଗାଇଥିଲା । କିନ୍ତୁ ମାତ୍ର ୪୦ ମିନିଟ ଚାଲିଥିବା ନିଲାମରେ ଏହି କାର ପ୍ରାୟ ୧୫ ନିୟୁତ ଡଲାରରେ ବିକ୍ରି ହୋଇଥିଲା ।

ସୂଚନାଯୋଗ୍ୟ ଯେ ସୁମାକରଣ ନିଜ କ୍ୟାରିୟରରେ ୭ଟି ବିଶ୍ବ ଚାମ୍ପିଅନସିପ ଜିତିଛନ୍ତି । ୨୦୧୩ରେ ସେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହେବା ପରେ ସର୍ବସାଧାରଣ ଜୀବନରୁ ଦୂରେଇ ଅଛନ୍ତି ।

 

ସମ୍ବନ୍ଧିତ ଖବର