ମାଇକ୍ରୋମ୍ୟାକ୍ସ ଓ ଭୋଡାଫୋନ୍‌ ଲଞ୍ଚ କଲେ ‘ଭାରତ-୨ ଅଲଟ୍ରା’ ୪ଜି ସ୍ମାର୍ଟଫୋନ୍‌, ମୂଲ୍ୟ ମାତ୍ର ୯୯୯ଟଙ୍କା

ନୂଆଦିଲ୍ଲୀ: ମାଇକ୍ରୋମ୍ୟାକ୍ସ ଭାରତ -୧ ଫିଚର ଫୋନ୍‌ ଲଞ୍ଚ କରିବାର କିଛି ଦିନ ପରେ ଭାରତ- ୨ ଅଲଟ୍ରା ଫୋନ୍‌ ଲଞ୍ଚ କରିଛି। ମାଇକ୍ରୋମ୍ୟାକ୍ସ ଦାବି କରି କହିଛି ଯେ, ଏହି ଫୋନ୍‌ ଦେଶର ସବୁଠାରୁ ଶସ୍ତା ୪ଜି ସ୍ମାର୍ଟ ଫୋନ୍‌ । ଏହାର ମୂଲ୍ୟ ମାତ୍ର ୯୯୯ଟଙ୍କା ରହିଛି। ମାଇକ୍ରୋମ୍ୟାକ୍ସ ଏହି ପ୍ରକଳ୍ପ ପାଇଁ ଭୋଡାଫୋନ୍‌ ସହିତ ହାତ ମିଳାଇଛି।

ଗ୍ରାହକ ମାଇକ୍ରୋମ୍ୟାକ୍ସ ଭାରତ -୨ ଅଲଟ୍ରା ପାଇଁ ୨,୮୯୯ଟଙ୍କା ଡାଉନ୍‌ ପେମେଣ୍ଟ କରିବାକୁ ପଡ଼ିବ। ଫୋନ ବ୍ୟବହାର ପରେ ୩ ବର୍ଷ (୩୬ମାସ) ପର୍ଯ୍ୟନ୍ତ ଫୋନ୍‌ରେ ପ୍ରତିମାସକୁ ୧୫୦ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।  ୩ ବର୍ଷର ସବୁ ରାଶି ମିଶାଇଲେ ୫,୪୦୦ଟଙ୍କା ହେଉଛି। ଅର୍ଥାତ ୨,୮୯୯ଟଙ୍କା ଡାଉନ୍‌ ପେମେଣ୍ଟ ବ୍ୟତୀତ ବ୍ୟବହାରକାରୀଙ୍କୁ ମାସକୁ ରିଚାର୍ଜ କରିବାକୁ ପଡ଼ିବ।

୮ ମାସ ପରେ ବ୍ୟବହାରକାରୀଙ୍କୁ ୯୦୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ତିନିମାସ ପରେ ପୁଣି ୧୦୦୦ଟଙ୍କା ମିଳିବ। ଅର୍ଥାତ୍‌ ବ୍ୟବହାରକାରୀ ୧୯୦୦ଟଙ୍କା ଫେରି ପାଇବେ। ଅର୍ଥାତ ଫୋନ୍‌ର ମୂଲ୍ୟ ୯୯୯ଟଙ୍କା ରହିବ। ଏହି କ୍ୟାସ୍‌ବ୍ୟାକ ବ୍ୟବହାରକାରୀଙ୍କୁ ଏମ୍‌ପେସା ଓ୍ଵାଲେଟ ଜରିଅାରେ ମିଳିବ।

ସମ୍ବନ୍ଧିତ ଖବର