ମାଇକ୍ରୋମାକ୍ସର ଏହି ସ୍ମାର୍ଟଫୋନରେ ଲାଗିଛି ସବୁଠୁ ଶକ୍ତିଶାଳୀ ବ୍ୟାଟେରୀ

ଭାରତୀୟ ସ୍ମାର୍ଟଫୋନ ବ୍ରାଣ୍ଡ ମାଇକ୍ରୋମାକ୍ସ ପକ୍ଷରୁ ଏକ ନୂଆ ୪-ଜି ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଏହାର ନାଁ ରଖାଯାଇଛି ଭାରତ ୫ପ୍ଲସ୍‌ । ଏହି ସ୍ମାର୍ଟଫୋନଟି ଏବେ ଷ୍ଟୋରରେ ଉପଲବ୍ଧ ହୋଇନଥିଲେ ମଧ୍ୟ କମ୍ପାନି ପକ୍ଷରୁ ନିଜ େଓ୍ଵବସାଇଟ୍‌ରେ ଏହାର ପ୍ରଦର୍ଶନ କରାଯାଉଛି । ଏହି ଫୋନର ବିଶେଷତ୍ୱ ହେଉଛି ଏହାର ଶକ୍ତିଶାଳୀ ବ୍ୟାଟେରୀ । ଏଥିରେ ପ୍ରାୟ ୫୦୦୦ ଏମଏଚ୍‌ର ବ୍ୟାଟେରୀ ଲାଗିଛି । ଫଳରେ ଏହି ସ୍ମାର୍ଟଫୋନର ଷ୍ଟାଣ୍ଡବାଏ ଟାଇମ୍‌ ପ୍ରାୟ ୨୧ ଦିନ ରହିଛି । ଯାହାକି ସାଓମି ରେଡମି ୫-ଏର ୧୦ ଦିନିଆ ଷ୍ଟାଣ୍ଡବାଏ ଟାଇମ ଠାରୁ ଅଧିକ ।
ଏହି ଫୋନରେ ଶକ୍ତିଶାଳୀ ବ୍ୟାଟେରୀ ଲାଗିଥିବାରୁ ଏଥିରୁ ଅନ୍ୟ ଫୋନକୁ ଚାର୍ଜ ଟ୍ରାନ୍ସଫର କରିହେବ । ଏହି ସ୍ମାର୍ଟଫୋନଟି ଓଟିଜି ( ୟୁଏସବି ଅନ-ଦ-ଗୋ) ବ୍ୟବସ୍ଥାକୁ ସପୋର୍ଟ କରୁଥିବାରୁ ଚାର୍ଜ ଟ୍ରାନ୍ସଫର କରିହେବ । ଅର୍ଥାତ ଏହି ଫୋନଟିକୁ ଆପଣ ଏକ ପାଓ୍ଵାର ବ୍ୟାଙ୍କ ଭାବେ ମଧ୍ୟ ବ୍ୟବହାର କରିପାରିବେ ।

ଏହାର ଅନ୍ୟ ବିଶେଷତ୍ୱ ମଧ୍ୟରେ ରହିଛି ୫.୨ ଇଞ୍ଚ୍‌ ଡିସପ୍ଲେ, ୧.୩ ଗିଗାହଜ୍‌ କ୍ୱାଡକୋର୍‌ ମିଡିଆଟେକ୍‌ ଚିପସେଟ୍‌ ଓ ୧ ଜିବି ର‍୍ୟାମ୍‌ । ଏହାର ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି ୧୬ ଜିବି ଓ ଏହାକୁ ୩୨ ଜିବି ପର୍ଯ୍ୟନ୍ତ ବଢାଇହେବ । ଏହା ଏକ ୪-ଜି ଭୋଲଟି ସ୍ମାର୍ଟଫୋନ । ଏହାର ମୂଲ୍ୟ ସମ୍ପର୍କରେ କମ୍ପାନି ଏପର୍ଯ୍ୟନ୍ତ ଘୋଷଣା କରିନାହିଁ ।

ସମ୍ବନ୍ଧିତ ଖବର