ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସିଇଓ ପଦରେ ଅବସ୍ଥାପିତ ଭାରତୀୟ ଅଧିକାରୀ ସତ୍ୟ ନାଦେଲା ଚଳିତ ମାସରେ ଭାରତ ଆସିବେ। ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଆସିବେ। ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଆଦି ସହରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗେଦେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଭାରତ ଗସ୍ତ ସମୟରେ ସେ ଗ୍ରାହକ, ଛାତ୍ରଛାତ୍ରୀ, ଉଦ୍ୟୋଗୀମାନଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏଭଳି ସମୟରେ ନାଦେଲାଙ୍କ ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି।
ଚଳିତମାସରେ ଭାରତ ଆସିବେ ମାଇକ୍ରୋସଫ୍ଟ ସିଇଓ
/sambad/media/post_attachments/wp-content/uploads/2020/02/satyanadella.jpg)