ପେଣ୍ଟାଗନଠାରୁ ୧୦ ବିଲିଅନ ଡଲାର ବ୍ୟବସାୟ ପାଇଲା ମାଇକ୍ରୋସଫ୍ଟ

ୱାସିଂଟନ: ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନଠାରୁ ୧୦ ବିଲିଅନ ଡଲାର ମୂଲ୍ୟର କ୍ଲାଉଡ କମ୍ପ୍ୟୁଟିଂ ବ୍ୟବସାୟକୁ ‌ବାଜି ମାରି ନେଇଛି ମାଇକ୍ରୋସଫ୍ଟ। ଏହି କାର୍ଯ୍ୟ ପାଇବା ପାଇଁ ଆମାଜନ୍ ସମେତ ଅନ୍ୟ ଆଇଟି କମ୍ପାନି ଦୌଡ଼ରେ ଥିଲେ ମଧ୍ୟ ଶେଷରେ ଆମେରିକା ପ୍ରଶାସନ ମାଇକ୍ରୋସଫ୍ଟକୁ ଉକ୍ତ କାର୍ଯ୍ୟ ପ୍ରଦାନ କରିଛି। ପେଣ୍ଟାଗନର ଏହି ପ୍ରକଳ୍ପ ନାମ ମିଳିତ ଉଦ୍ୟୋଗ ପ୍ରତିରକ୍ଷା ଭିତ୍ତିଭୂମି ବା ‌ଜେଇଡିଆଇ ରହିଛି। ପେଣ୍ଟାଗନର ଡିଜିଟାଲ ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବେ ଉକ୍ତ ପ୍ରକଳ୍ପକୁ ବିବେଚନା କରାଯାଉଛି। ‌ଆମେରିକା ସେନା ନିକଟରେ ବିଭିନ୍ନ ଡାଟା ଯେଭଳି ଭଲଭାବେ ପହଞ୍ଚି ପାରିବ ତାହା ଏହି ପ୍ରକଳ୍ପର ଅନ୍ୟତମ ଉଦ୍ଦେଶ୍ୟ। ତେବେ ପ୍ରକଳ୍ପ କାର୍ଯ୍ୟ ଆମାଜନ ହାତକୁ ଖସିଯାଇଥିବାରୁ ଏ ନେଇ ଆମାଜନ୍‌ କି ପଦକ୍ଷେପ ନେବ ସେ ନେଇ ବିଚାର ଚଳାଇଛି।

ସମ୍ବନ୍ଧିତ ଖବର