‘ସିଇଓ’ ସତ୍ୟ ନଡ଼େଲାଙ୍କୁ ନୂତନ ଅଧ୍ୟକ୍ଷ ଘୋଷଣା କଲା ‘ମାଇକ୍ରୋସଫ୍ଟ’

ବେଙ୍ଗାଲୁରୁ: ଜନ୍‌ ଟମ୍‌ସନ୍‌ଙ୍କ ସ୍ଥାନରେ ‘ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌’ ସତ୍ୟ ନଡ଼େଲାଙ୍କୁ ବୁଧବାର ଦିନ ‘ମାଇକ୍ରୋସଫଟ୍‌ କର୍ପୋରେସନ୍‌’ ତା’ର ନୂତନ ଅଧ୍ୟକ୍ଷ ଭାବେ ନାମିତ କରିଛି।

ଷ୍ଟିଭ୍‌ ବାଲ୍‌ମର୍‌ଙ୍କ ଠାରୁ ୨୦୧୪ରେ ‘ସିଇଓ’ ଭାବେ ଦାୟିତ୍ବ ଗ୍ରହଣ କରିଥିବା ନଡ଼େଲା ‘ଲିଙ୍କ୍‌ଡ୍‌ଇନ୍‌’, ‘ନୁଆନ୍‌ସ୍‌ କମ୍ୟୁନିକେସନ୍‌’ ଏବଂ ‘ଜେନିମ୍ୟାକ୍ସ’ ଭଳି କୋଟି କୋଟି ନିୟୁତ ଡଲାରର ପ୍ରତିଷ୍ଠାନ ମାଲିକାନାକୁ ଆଣି ‘ମାଇକ୍ରୋସଫ୍‌ଟ୍‌’ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧି କରାଇବାରେ ସହାୟକ ହୋଇଥିଲେ। ନଡ଼େଲାଙ୍କୁ ‘ମାଇକ୍ରୋସଫ୍ଟ’ର ମୁଖ୍ୟ ଘୋଷିତ କରାଯିବା ପରେ କେତେକ ଆଶଙ୍କା କରିଥିଲେ ଯେ, କମ୍ପାନିର ଅବନତି ଘଟିବ। କିନ୍ତୁ, ଦୀର୍ଘକାଳ ଧରି ପର୍ସନାଲ୍‌ କମ୍ପ୍ୟୁଟର୍‌ନିମନ୍ତେ ‘ପ୍ୟାକେଜ୍‌ଡ୍‌ ସଫ୍ଟୱେର୍‌’ ଉପରେ ଧ୍ୟାନ ଦେଇଥିବା ୧୯୭୫ରେ ସଂସ୍ଥାପିତ ଏହି କମ୍ପାନିରେ ସେ ନୂତନ ଶକ୍ତି ସଂଚାର କରାଇଥିଲେ।

Image Courtesy of Fox Business

୨୦୧୪ରେ ‘ମାଇକ୍ରୋସଫ୍ଟ’ର ସହସଂସ୍ଥାପକ ବିଲ୍‌ ଗେଟ୍‌ସ୍‌ଙ୍କ ଠାରୁ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଟମ୍ପସନ୍‌ ଏବେ ପ୍ରମୁଖ ସ୍ବାଧୀନ ନିର୍ଦେଶକ ଭାବେ କାର୍ଯ୍ୟ କରିବେ ବୋଲି କମ୍ପାନି କହିଛି।

ବିଶ୍ବର ଅନ୍ୟତମ ବୃହତ୍‌ ଦାତବ୍ୟ ସଂସ୍ଥାନ ‘ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌’ର ଦାତବ୍ୟ କାର୍ଯ୍ୟରେ ଧ୍ୟାନ ଦେବେ କହି ଗେଟ୍‌ସ୍‌ ବୋର୍ଡ ଛାଡ଼ିବାର ବର୍ଷକ ପରେ ଶୀର୍ଷସ୍ତରୀୟ କାର୍ଯ୍ୟନିର୍ବାହୀମାନଙ୍କର ଏଭଳି ବଦଳି କରାଯାଇଛି।

ସମ୍ବନ୍ଧିତ ଖବର